Homelocalପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ରେଡ୍ ଆଲର୍ଟ, ସମୁଦ୍ର ମନା !

ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ରେଡ୍ ଆଲର୍ଟ, ସମୁଦ୍ର ମନା !

ଭୁବନେଶ୍ୱର, (୦୬/୦୭) : ଆପ୍ର : ଓଡ଼ିଶାରେ ଏବେ ମୌସୁମୀ ବାୟୁ ପୂରା ସକ୍ରିୟ । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ. ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନା ଅନୁଯାୟୀ, ଜୁନ୍ ୧ ରୁ ଜୁଲାଇ ୫ ତାରିଖ ମଧ୍ୟରେ ରାଜ୍ୟରେ ମୋଟ୍ ୨٦୫.୫ ମିଲିମିଟର ବର୍ଷା ହୋଇସାରିଲାଣି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ ୪% ଅଧିକ । ତେବେ ଆଗକୁ ବିପଦ ଏବେ ବି ଟଳିନାହିଁ । ପାଣିପାଗ ବିଭାଗ ପକ୍ଷରୁ ମୋଟ ୮ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଚେତାବନୀ ଜାରି କରାଯାଇଛି । ଜୁଲାଇ ୫ରୁ ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫ ରୁ ୫୫ କିମି ଏବଂ ଝଟକା ପବନର ବେଗ ୬୫ କିମି ପର୍ଯ୍ୟନ୍ତ ହୋଇପାରେ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତୁ ନଜର ପକାଇବା ପାଣିପାଗ ବିଭାଗର ଆଲର୍ଟ ଉପରେ :

ରେଡ୍ ଆଲର୍ଟ (Red Alert) – ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ମୋଟ ୮ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି :

୫ ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା : ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼ ଏବଂ ସମ୍ବଲପୁରର କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଆଉ ୩ ଜିଲ୍ଲା ବି ସାବଧାନ: କନ୍ଧମାଳ, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ରହିଛି ।

ଅରେଞ୍ଜ ଆଲର୍ଟ (Orange Alert) – ୧୩ ଜିଲ୍ଲାକୁ ଚେତାବନୀ

୧୩ଟି ଜିଲ୍ଲାରେ ବିକ୍ଷିପ୍ତ ଭାବେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି : ନବରଙ୍ଗପୁର, କୋରାପୁଟ, ରାୟଗଡ଼, ଗଜପତି, ଗଞ୍ଜାମ, ନୟାଗଡ଼, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ଯାଜପୁର ଏବଂ କଟକ।

ୟେଲୋ ଆଲର୍ଟ (Yellow ଆଲର୍ଟ)

ରାଜ୍ୟର ବାକି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୬ ତାରିଖରେ ଲଘୁଚାପ ବଳୟ ଆଗକୁ ବଢ଼ିବା ସହ ରାଜ୍ୟରେ ବ୍ୟାପକ ବର୍ଷା ଜାରି ରହିବ ।

ଆଗାମୀ ଦିନର ପୂର୍ବାନୁମାନ :

ଜୁଲାଇ ୭ ତାରିଖ: ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି, ଯେଉଁଥିପାଇଁ ଏହି ଅଞ୍ଚଳକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଚତୁର୍ଥ ଦିନ (ଜୁଲାଇ ୮ ତାରିଖ): ବର୍ଷା ପାଇଁ ଚେତାବନୀ ଜାରି ରହିବ । ଜୁଲାଇ ୯, ୧୦ ଓ ୧୧ ତାରିଖ: ଏହି ତିନି ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ନାହିଁ ।

ମତ୍ସ୍ୟଜୀବୀଙ୍କ ପାଇଁ ଜରୁରୀ ସୂଚନା :

ଜୁଲାଇ ୫ରୁ ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫ ରୁ ୫୫ କିମି ଏବଂ ଝଟକା ପବନର ବେଗ ୬୫ କିମି ପର୍ଯ୍ୟନ୍ତ ହୋଇପାରେ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments