Homelocalମୁରିବାହାଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ୩୫୬ ଜଣ ପଞ୍ଜୀକୃତ; ଘଟଣାସ୍ଥଳରେ ହୁଇଲ ଚେୟାର, ଆଶାବାଡି...

ମୁରିବାହାଲରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ୩୫୬ ଜଣ ପଞ୍ଜୀକୃତ; ଘଟଣାସ୍ଥଳରେ ହୁଇଲ ଚେୟାର, ଆଶାବାଡି ଓ ଶ୍ରବଣ ଯନ୍ତ୍ର ବଣ୍ଟନ

ମୁରିବାହାଲ, (୭/୧୦) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 10 07 at 18.14.48

ପିଇଓ ଅର୍ଜୁନ ଛୁରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ବାସନ୍ତୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆକାଉଣ୍ଟ ଅଫିସର ଘେନୁରାମ ତାଣ୍ଡି, ସିଡିପିଓ ପୂର୍ଣ୍ଣିମା ବୈଠାରୁ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବିଏଏସଓ ରିଙ୍କୁ ମେହେର,ଜିପିଡିଓ ପ୍ରସନ୍ନ ନାଗ, ଗୋଇମୁଣ୍ଡ ଗ୍ରାମ ପଞ୍ଚାୟତ ସରପଞ୍ଚ କାଲିଆ ସରାଫ, ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଭୀମଭୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଜୀବନୀ ବିଷୟରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ ।

ଶିବିରରେ ବିଶେଷଜ୍ଞ ଡାକ୍ତର ଭାବେ ଡା. ହେମନ୍ତ କୁମାର ବାମିଡି (ଅର୍ଥୋପେଡିକ୍), ଡା. ଅନିଲ କୁମାର ନାୟକ (ମନୋରୋଗ ବିଶେଷଜ୍ଞ), ଡା. ଅଭିଳାଷ (ଅଡିଓଲୋଜିଷ୍ଟ), ଡା. ସ୍ୱାତୀ ସୁଚରିତା ଭୂୟାଁ (ଇଏନଟି ସ୍ପେଶିଆଲିଷ୍ଟ) ଓ ଡା. ପ୍ରଣତି ସାହୁ (ଚକ୍ଷୁ ବିଶେଷଜ୍ଞ) ଯୋଗ ଦେଇ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରିଥିଲେ । ଏହି ଶିବିରରେ ମୋଟ ୩୫୬ ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଥିବା ବେଳେ ସେଥି ମଧ୍ୟରୁ ଶାରୀରିକ ଭିନ୍ନକ୍ଷମ-୮୮, ଶ୍ରବଣ ବାଧିତ-୫୪, ଦୃଷ୍ଟି ବାଧିତ-୩୩, ମାନସିକ ରୋଗ-୩୦, ଫିଜିଓଥେରାପି-୫୭, ସହାୟକ ଉପକରଣ-୪୧ ଓ ଅନ୍ୟାନ୍ୟ-୫୩ ରହିଛନ୍ତି। ୪୧ ଜଣଙ୍କୁ ସହାୟକ ଉପକରଣ ପ୍ରଦାନ ନିମନ୍ତେ ଚିହ୍ନଟ କରାଯାଇଛି ।WhatsApp Image 2026 10 07 at 18.14.48 1

ଆଜିର ଶିବିରରେ ଘଟଣାସ୍ଥଳରେ ଜଣେ ହିତାଧିକାରୀଙ୍କୁ ହୁଇଲ ଚେୟାର, ୩ ଜଣଙ୍କୁ ୩ଟି ଆଶାବାଡି ଓ ୨ ଜଣଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲା । ବ୍ଲକ ବିଏସଏସଓ ଶ୍ରୀ ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପିଏ ରାଜକିଶୋର ସିଂ ବାବୁ, ଜୁନିଅର ଆସିଷ୍ଟାଣ୍ଟ ସୁମନ କଲ୍ୟାଣ ରଣା, ବିଆରସି ଶ୍ରୀକାନ୍ତ ଜେନାଙ୍କ ସହ ବ୍ଲକର ସମସ୍ତ ପିଇଓ, ଏଡିଇଓ, ଯୋଗାଣ ସହାୟକ, ଜିଓ ଟ୍ୟାଗର, ଏମବିକେ, ସିଆରପି ଓ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments