Homelocalମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ଅନୁଷ୍ଠିତ

ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ଅନୁଷ୍ଠିତ

ମୁରିବାହାଲ, (୦୫/୦୯) : ଆପ୍ର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ କରିବା ଏବଂ ପରୀକ୍ଷା ଓ ପାଠପଢା ଜନିତ ଚାପ ଦୂରୀକରଣ ଲକ୍ଷ୍ୟରେ “ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ଚାପ ପ୍ରଶମନ” ଶୀର୍ଷକ ଏକ ବିଶେଷ ଜାଗରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 09 05 at 16.06.16 2

ଏହି ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଇତିହାସ ବିଭାଗର ଅଧ୍ୟାପକ ଗୁଣସାଗର ମେହେର ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଛାତ୍ର ଜୀବନରେ ମାନସିକ ସନ୍ତୁଳନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଇଂରାଜୀ ବିଭାଗର ଅଧ୍ୟାପକ ହୃଦାନନ୍ଦ ପୁହାଣ ଏବଂ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ତଥା ଏନଏସଏସ ସଂଯୋଜକ ଛନ୍ଦାଚରଣ ଖୁଣ୍ଟିଆ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସୀ ହେବାକୁ ପରାମର୍ଶ ଦେଇଥିଲେ।WhatsApp Image 2026 09 05 at 16.06.16 1

ଏହି ସେମିନାରରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡ଼ିଏଚଏଚ) ର,( ଡି ଏମ ଏଚ ପି ) ର ବିଷୟ ବିଶେଷଜ୍ଞ ମଳୟ କୁମାର ନାଗ (ସାଇକିଟ୍ରିକ ସୋସିଆଲ ୱାରକର) ଏବଂ ଡିଏସି ର ପ୍ରିୟା ପ୍ରତୀକ୍ଷା ଧରୁଆ(, କ୍ଲିନିକାଲ ସାଇକୋଲୋଜିଷ୍ଟ) ଯୋଗଦେଇ ମାନସିକ ଚାପର କାରଣ, ଏହାର ଲକ୍ଷଣ ଏବଂ ସରଳ ଉପାୟରେ କିପରି ଚାପମୁକ୍ତ ରହି ପାଠପଢାରେ ମନୋନିବେଶ କରିହେବ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ । ମାନସିକ ସମସ୍ୟାକୁ ଲୁଚାଇ ନ ରଖି ଠିକ ସମୟରେ ପରାମର୍ଶ ନେବାକୁ ସେମାନେ ଆହ୍ୱାନ ଜଣାଇଥିଲେ । ମହାବିଦ୍ୟାଳୟର +୨ ଏବଂ +୩ ଶ୍ରେଣୀର ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ନିଜ ନିଜର ଦ୍ୱନ୍ଦ୍ୱ ଦୂର କରିଥିଲେ । ଶେଷରେ ଇଂରାଜୀ ବିଭାଗର ଅଧ୍ୟାପକ ସୋମେଶ ଦତ୍ତ ହୋତା ଅତିଥି, ବିଶେଷଜ୍ଞ ଏବଂ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments