ବରଗଡ଼, (୨୦/୧୧) : ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବରଗଡ଼ ଜିଲ୍ଲାର ଚାଷୀ । ଗତକାଲିଠାରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ପବନ ଆରମ୍ଭ ହୋଇଛି ।
ଏହାକୁ ନେଇ ଧାନ ଫସଲର ସୁରକ୍ଷାକୁ ନେଇ ଚାଷୀଙ୍କ ମନରେ ଭୟ ଓ ଆଶଙ୍କା ଦେଖାଦେଇଛି । ବିଶେଷକରି ଅମଳ ଉପଯୋଗୀ ହୋଇଥିବା ଧାନ ଫସଲ ବର୍ଷା ଓ ପବନ ଯୋଗୁଁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଅନେକ ସ୍ଥାନରେ ଧାନ କଟା ହୋଇନଥିବା ବେଳେ ଆଉ କେତେକ ସ୍ଥାନରେ କଟା ଧାନ ଜମିରେ ପଡ଼ିରହିଛି । ଏଭଳି ସମୟରେ ବର୍ଷା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । ଚାଷୀଙ୍କ ଦାବି, ପ୍ରଶାସନ ପକ୍ଷରୁ ଫସଲ କ୍ଷୟକ୍ଷତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନିଆଯାଉ ଏବଂ କ୍ଷତି ହେଲେ ତୁରନ୍ତ ସର୍ଭେ କରି କ୍ଷତିପୂରଣ ଓ ଫସଲ ବୀମା ସହାୟତା ଯୋଗାଇ ଦିଆଯାଉ ।

