Homelocalଷୋଳଘର କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬ ଅନୁଷ୍ଠିତ

ଷୋଳଘର କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬ ଅନୁଷ୍ଠିତ

ପୁରୁଷୋତ୍ତମପୁର, (୦୮/୧୦) : ଆପ୍ର : ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଷୋଳଘର କ୍ଲଷ୍ଟର ସ୍ତରୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସୁରଭି ମହୋତ୍ସବ-୨୦୨୬ ହିଣ୍ଡୁଳା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

କ୍ଲଷ୍ଟରର CRCC ଶ୍ରୀ ପ୍ରତାପ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱ ଓ ହିଣ୍ଡୁଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସଦାନନ୍ଦ ବସନ୍ତିଆଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟରୁ ମୋଟ ୧୦୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତି ଛାତ୍ରଛାତ୍ରୀମାନେ ଆସନ୍ତା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ABEO ତଥା BRCC ଶ୍ରୀ ବିଜୟ ଚନ୍ଦ୍ର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭକ୍ତବତ୍ସଳ ଜାନି ଓ ଶ୍ରୀ ଦେବରାଜ ବେହେରା, ଷୋଳଘର ଗ୍ରା.ପ ସମିତି ସଭ୍ୟ ଶ୍ରୀ ପ୍ରମୋଦ କୁମାର ମହାନ୍ତି, Ex-Board ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ ବେହେରା ଓ ଗଣେଶ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ସାହୁ ଯୋଗ ଦେଇଥିଲେ । କ୍ଲଷ୍ଟରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ବିଚାରକ ମଣ୍ଡଳୀ ଦାୟିତ୍ୱ ତୁଲାଇଥିଲେ । ବିଜୟୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଶିକ୍ଷଣ ସାମଗ୍ରୀ (TLM) ପ୍ରଦର୍ଶନୀ ଷ୍ଟଲ । ଶିକ୍ଷକ, ଛାତ୍ର ଓ ଅଭିଭାବକମାନେ ଏହାର ଭରପୂର ଆନନ୍ଦ ନେଇଥିଲେ । ସଭା ମଞ୍ଚ ସଜ୍ଜାରେ ହିଣ୍ଡୁଳା ପ୍ରା.ବି.ର ସହକାରୀ ଶିକ୍ଷକ ଶ୍ରୀ ତପୁ ସିଂଙ୍କ ନିଖୁଣ କାରିଗରୀ ପ୍ରଶଂସନୀୟ ଥିଲା । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ବସନ୍ତିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments