Homebreaking newsସୁବର୍ଣ୍ଣପୁର ପୁଲିସର ‘ଓଡ଼ିଶା ନିଶା ମୁକ୍ତ ଅଭିଯାନ’: ୩ ଥାନା ଅଞ୍ଚଳରୁ ୬୦ କେଜି ୨୪୦...

ସୁବର୍ଣ୍ଣପୁର ପୁଲିସର ‘ଓଡ଼ିଶା ନିଶା ମୁକ୍ତ ଅଭିଯାନ’: ୩ ଥାନା ଅଞ୍ଚଳରୁ ୬୦ କେଜି ୨୪୦ ଗ୍ରାମ ଗଞ୍ଜେଇ ଜବତ, ୪ ଗିରଫ

ସୁବର୍ଣ୍ଣପୁର, (୨୦/୧୧) : ଆପ୍ର : ଓଡ଼ିଶା ନିଶା ମୁକ୍ତ ଅଭିଯାନ ଅଧୀନରେ ସୁବର୍ଣ୍ଣପୁର ଜିଲ୍ଲା ପୁଲିସ ଗତ ନଭେମ୍ବର ୧୯ ତାରିଖରେ ଜିଲ୍ଲାର ସୋନପୁର, ତରଭା ଏବଂ ବୀରମହାରାଜପୁର ଥାନା ଅଞ୍ଚଳରେ ଚଢ଼ାଉ କରି ସର୍ବମୋଟ ୬୦ କେଜି ୨୪୦ ଗ୍ରାମ ଗଞ୍ଜେଇ ଜବତ କରିଛି ।WhatsApp Image 2026 11 20 at 21.21.00

ଏହି ଘଟଣାରେ ତିନୋଟି ଥାନାରେ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୨ଟି କାର ଏବଂ ଗୋଟିଏ ସ୍କୁଟି (ମୋଟରସାଇକେଲ) ଜବତ କରାଯାଇଛି । ସୋନପୁର ଥାନାରେ ୨୮ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସୋନପୁର ପୁଲିସ ବୁଢ଼ାରାଜା ଛକ ନିକଟରେ ଏକ ଧଳା ରଙ୍ଗର ହୋଣ୍ଡା ମୋବିଲିଓ କାର (ନଂ- WB-18N-8670)କୁ ଅଟକାଇ ଯାଞ୍ଚ କରିଥିଲା ।

ଯାଞ୍ଚ ବେଳେ ଗାଡ଼ିରୁ ୨୮ କେଜି ୬୦୦ ଗ୍ରାମ ଗଞ୍ଜେଇ (ଆନୁମାନିକ ମୂଲ୍ୟ ୨,୮୦,୬୦୦ ଟଙ୍କା), ନଗଦ ୧୫,୫୦୦ ଟଙ୍କା ଏବଂ ଦୁଇଟି ମୋଟୋରୋଲା ମୋବାଇଲ୍ ଫୋନ୍ ଜବତ ହୋଇଥିଲା। ଏହି ଘଟଣାରେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କୃଷ୍ଣଗଞ୍ଜ ଥାନା ମଝିଦିଆ ରୋଡ୍ ଅଞ୍ଚଳର ସଞ୍ଜୟ ବିଶ୍ୱାସ (୨୯) ଏବଂ ଦେବାଶିଷ ହାଲଦାର (୪୦)ଙ୍କୁ ପୋଲିସ ଗିରଫ କରିଛି। ଏନେଇ ସୋନପୁର ଥାନାରେ କେସ୍ ନଂ. ୪୦୫/୨୦୨୬, ଦଫା ୨୦(ବି)(ii)(ସି)/୨୫/୨୯ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ଥାନା ଆଇଆଇସି ଯାଦବ ବାଗ ଏହାର ତଦନ୍ତ କରୁଛନ୍ତି ।

ବୀରମହାରାଜପୁରରେ କାର ସହ ୨୩ କେଜି ୭୨୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ସେହିପରି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୀରମହାରାଜପୁର ପୋଲିସ ଫୁଲଚରା ନିକଟରେ ଏକ ଗ୍ରେ ରଙ୍ଗର ହୋଣ୍ଡା ଡବ୍ଲ୍ୟୁଆର୍-ଭି କାର (ନଂ- OD-05AB-2847, ଆନୁମାନିକ ମୂଲ୍ୟ ୬,୦୦,୦୦୦ ଟଙ୍କା)କୁ ଅଟକାଇ ଯାଞ୍ଚ କରିଥିଲା। ସେଥିରୁ ୨୩ କେଜି ୭୨୦ ଗ୍ରାମ ଗଞ୍ଜେଇ (ଆନୁମାନିକ ମୂଲ୍ୟ ୨,୩୦,୭୨୦ ଟଙ୍କା), ନଗଦ ୧୧,୫୮୦ ଟଙ୍କା ଏବଂ ଗୋଟିଏ ପୋକୋ ଏମ୍-୬ ମୋବାଇଲ୍ ଫୋନ୍ (ଆନୁମାନିକ ମୂଲ୍ୟ ୧୦,୦୦୦ ଟଙ୍କା) ଜବତ କରାଯାଇଛି । ଏହି ମାମଲାରେ ପୋଲିସ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କୃଷ୍ଣଗଞ୍ଜ ଥାନା ମଝିଦିଆ ତୁଙ୍ଗି ଗ୍ରାମର ବୁଦ୍ଧଦେବ ଅଧିକାରୀ (୩୯)ଙ୍କୁ ଗିରଫ କରିଛି ।WhatsApp Image 2026 11 20 at 21.20.59

ଅନ୍ୟପଟେ ଏହି ଘଟଣାରେ ସମ୍ପୃକ୍ତ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳର ସଦାଶିବ ରଣା ଏବଂ ଅନ୍ୟ ଜଣେ ଅଜଣା ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ। ଏନେଇ ବୀରମହାରାଜପୁର ଥାନାରେ କେସ୍ ନଂ. ୨୭୩/୨୦୨୬, ଦଫା ୨୦(ବି)(ii)(ସି)/୨୯ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ଥାନା ଆଇଆଇସି ଯଯାତି କେଶରୀ ସାହୁ ତଦନ୍ତ ଦାୟିତ୍ୱରେ ଅଛନ୍ତି । ଅନ୍ୟ ଏକ ଘଟଣା ରେ
ତରଭାରେ ସ୍କୁଟିରୁ ୭ କେଜି ୯୨୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତରଭା ପୋଲିସ ଥାନା ଅନ୍ତର୍ଗତ ବେତଗାଁ ନିକଟରେ ଏକ ଜୁପିଟର ସ୍କୁଟି (ନଂ- OD-03AF-9045, ଆନୁମାନିକ ମୂଲ୍ୟ ୬୦,୦୦୦ ଟଙ୍କା)କୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ସେଥିରୁ ୭ କେଜି ୯୨୦ ଗ୍ରାମ ଗଞ୍ଜେଇ (ଆନୁମାନିକ ମୂଲ୍ୟ ୭୦,୯୨୦ ଟଙ୍କା) ଏବଂ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ବାରହାକାଳି ଗ୍ରାମର ହୁତାଶନ ରଣା (୭୨)ଙ୍କୁ ଗିରଫ କରିଛି । ଏନେଇ ତରଭା ଥାନାରେ କେସ୍ ନଂ. ୩୭୭/୨୦୨୬, ଦଫା ୨୦(ବି)(ii)(ବି)/୨୫ ଏନଡିପିଏସ୍ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ ମେଣ୍ଡା ଫାଣ୍ଡିର ଏସ୍.ଆଇ. ଆର୍.କେ. ପ୍ରଧାନ ଏହାର ତଦନ୍ତ କରୁଛନ୍ତି । ଗିରଫ ହୋଇଥିବା ସମସ୍ତ ୪ ଜଣ ଅଭିଯୁକ୍ତ ଏବଂ ଜବତ ଗଞ୍ଜେଇକୁ ଆଜି ମାନ୍ୟବର କୋର୍ଟରେ ହାଜର କରାଯିବ ବୋଲି ନଭେମ୍ବର ୨୦ ତାରିଖରେ ଜାରି ପ୍ରେସ୍ ବିବୃତିରେ ସୁବର୍ଣ୍ଣପୁର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments