Homeaccidentଟ୍ରକ ଧକ୍କାରେ ଅଙ୍ଗନୱାଡି କର୍ମୀ ମୃତ

ଟ୍ରକ ଧକ୍କାରେ ଅଙ୍ଗନୱାଡି କର୍ମୀ ମୃତ

ସୁବର୍ଣ୍ଣପୁର, (୨୦/୧୧) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହାଦେବପାଳି ଫାଣ୍ଡି ଅନ୍ତର୍ଗତ ଘୋଡାଧାର ସ୍କୁଲ ସମ୍ମୁଖରେ ଅଜି ଦିନପ୍ରାୟ ୧୦.୧୫ ମିନିଟ ସମୟରେ ବିନିକା ପଟରୁ ଆଶୁଥିବ ଦ୍ରୁତଗାମୀ ଟ୍ରକ ଅଙ୍ଗନବାଡ଼ି କର୍ମୀ ଗାୟତ୍ରୀ ପୂଜାହାରୀ (୫୦) ଧକ୍କା ଦେବାରୁ ସେ କିଛିଦୁର ରାସ୍ତାରୁ ଛିଟିକି ପଡ଼ିଥିଲେ ।WhatsApp Image 2026 11 20 at 20.58.12

ପ୍ରତ୍ୟେକ ଦିନ ଭଳି ସ୍କୁଲ ପରିସରରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଘଟଣା ଘଟାଇ ଘଟଣା ସ୍ଥଳରୁ ଟ୍ରକକି ଫେରାର ହୋଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଅଙ୍ଗନଓ୍ଵାଡି କର୍ମୀଙ୍କୁ ଉଦ୍ଧାର କରିବା ସହ ଆମ୍ବୂଳେନସରେ ସୋନପୁର ହସ୍ପିଟାଲ କୁ ପଠାଇଥିଲେ ।ସେଠାରେ ଡ଼ାକ୍ତର ଗାୟତ୍ରୀ ଙ୍କୁ ମୃତ ଘୋଷଣା କରିଥିଲେ । ପରେ ବିନିକା ଥାନା ଆଇଆଇସି ଅନିତା କିଡୋ ନିର୍ଦ୍ଦେଶରେ ମହାଦେବ ପାଲି ଫାଣ୍ଡି ଅଧିକାରୀ ଆନନ୍ଦ ନାଏକ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ କରୁଥିବା ଆଇଆଇସି କିଡୋ ପ୍ରକାଶ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ମରଶରୀରକୁ ସୋନପୁର ସ୍ଥିତ ଗୋକନେଶ୍ବର ପଡା ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରିଥିଲେ । ବଡୁପୁଅ ହଂସରାଜ ରଥ ମୁଖାଗ୍ନି ଦେଇଥିବା ବେଳେ ସ୍ବାମୀ କରୁଣାକର ରଥ ଭାଇ ବିକ୍ରମ ପୂଜାହାରୀ ତଥା ପରିବାରର ପରିଜନ ଓ ଆତ୍ମିୟ ସୋଜନ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments