Homelocalବେଆଇନ ନିଶା ବିକ୍ରୀ ବନ୍ଦ ପାଇଁ ଥାନାରେ ମହିଳା

ବେଆଇନ ନିଶା ବିକ୍ରୀ ବନ୍ଦ ପାଇଁ ଥାନାରେ ମହିଳା

ସୁବର୍ଣ୍ଣପୁର, (୧୭/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଜବଦା କୋଲପଡାରେ ଚାଲିଛି ଖୁଲମଖୁଲ୍ଲା ବେଆଇନ କୁଚିଆ ମଦ, ଗଞ୍ଜେଇ, କୋରେକ୍ସ ବିକ୍ରି ହେଉଛି ।WhatsApp Image 2026 10 18 at 16.07.25 1

ଏଥିଯୋଗୁଁ ଗ୍ରାମରେ ଅଶାନ୍ତି ସୃଷ୍ଟି ହେଉଛି । ରାସ୍ତା ଘାଟରେ ଚୋରୀ ମଧ୍ୟ ବୃଦ୍ଧି ପାଉଛି । ଘରେ ଘରେ ଅଶାନ୍ତି ସୃଷ୍ଟି ହେବା ସହିତ ଛୋଟ ଛୋଟ ଶିଶୁମାନେ ମଧ୍ୟ ମଦପିଇ ପଥଭ୍ରଷ୍ଟ ହେଉଛନ୍ତି । ଖୁଲମଖୁଲା ମଦବିକ୍ରୀ ରେ ଅତିଷ୍ଠ ହୋଇ ଜବଦା ଗ୍ରାମର ଶତାଧିକ ମହିଳା ବିନିକା ଥାନା ର ଦ୍ୱାରସ୍ତ ହୋଇଛନ୍ତି । ଜବଦା କୋଳପଡା ରେ ମଦବିକ୍ରୀ ବନ୍ଦ କରିବା ପାଇଁ ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ମଦ କରବାର ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ପୁଲିସ କୁ ଚେତାବନୀ ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments