ସୁବର୍ଣ୍ଣପୁର, (୦୫/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ରେ ନୂତନ ଜିଲ୍ଲାପାଳ ଭାବେ ଦେବାଶିଷ ସିଂ (ଆଇଏଏସ) ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କୁ ଦର୍ଶନ କରି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ।
ପରେ ପ୍ରଥମେ ସୋନପୁର ବ୍ଳକ ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଯୋଗ ଦେଇ ଗାଁ’ର ସଧାରଣ ଲୋକ ଙ୍କ ଅଭିଯୋଗ ଶୁଣିଥିଲେ l ପରେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ ଜିଲ୍ଲା ର ମୌଳିକ ସମସ୍ୟା ର ସମାଧାନ ଓ ସରକାର ଙ୍କ କଲ୍ୟାଣ କାରୀ ଯୋଜନା ସଫଳ ଦିଗରେ ପୁରା ଟିମ କୁ ନେଇ କାମ କରିବୁ ବୋଲି କହିଥିଲେ ।
ବିଶେଷ କରି ଶିକ୍ଷା ସ୍ବାସ୍ଥ୍ୟ କୃଷି ଜଳ ସେଚନ ଓ ପର୍ୟ୍ୟଟନ ର ବିକାଶ ଦିଗରେ ପ୍ରଥମେ ଗୁରୁତ୍ଵ ଦେବୁ ବୋଲି ସାମ୍ବାଦିକ ମାନଙ୍କୁ ଜିଲ୍ଲାପାଳ ଶ୍ରୀ ସିଂ କହିଥିଲେ । ଅସମ୍ପୂର୍ଣ୍ଣ ରିଙ୍ଗ ରୋଡ଼ କାର୍ଯ୍ୟ କୁ ଶୀଘ୍ର ଆରମ୍ଭ କରିବାକୁ ଓ ଅସଜଡ଼ା ସ୍ବାସ୍ଥ୍ୟ ବିଭାଗ କୁ ସଜାଡ଼ିବାକୁ ଓ ପୌର ପରିଷଦ ମନ୍ଥର କାର୍ଯ୍ଯ ସବୁ କୁ ତ୍ୱରାନ୍ୱିତ କରିବା ସହ ଗଚ୍ଛିତ ଅନୁଦାନ ର ସଦ ବିନିଯୋଗ କରିବାକୁ ତୁରନ୍ତ ପଦକ୍ଷେପ ନେବି ବୋଲି ଦୃଢ଼ ପ୍ରତିଶୁତି ଦେଇଥିଲେ । ଏଥିପାଇଁ ସମସ୍ତ ଙ୍କ ସହଯୋଗ ଓ ପରାମର୍ଶ ଜରୁରୀ ବୋଲି କହିଥିଲେ ।

