ଭୁବନେଶ୍ୱର, (୧୮/୧୦) : ଆପ୍ର : କୋଲକାତାରେ ପୂଜା ପେଣ୍ଡାଲରେ ଦୁର୍ଘଟଣା ପରେ ସଜାଗ ରହିଛି ଓଡ଼ିଶା ପୋଲିସ । ଅଘଟଣ ଏଡାଇବା ଲାଗି ଆମେ ସଜାଗ ରହିଛୁ ।
ରାସ୍ତାରେ ଟ୍ରାଫିକ ଉପରେ ମଧ୍ୟ ପୋଲିସ ନଜର ରଖିଛି । ସିସିଟିଭି ଜରିଆରେ ସମସ୍ତ ଗତିବିଧି କଣ୍ଟ୍ରୋଲ କରାଯାଉଛି । ବିଶେଷକରି ଚୋରି, ଛିନତାଇ ଉପରେ ନଜର ରଖିବାକୁ ଫେଗ୍ ରେକଗନାଇସେନ୍ କ୍ୟାମେରା ନଜର ରଖିଛି । ପୋଲିସ ଡିଜି ବିନୟ ତୋଷ ମିଶ୍ର ରଖିଛନ୍ତି ଯେ, ବହୁତ ଗୁଡ଼ାଏ ସଂଖ୍ୟାରେ ମେଢ଼ ହୋଇଛି । ବହୁତ ବଡ଼ବଡ଼ ପେଣ୍ଡାଲ ବିଭିନ୍ନ ଜିଲ୍ଲାରେ ହୋଇଛି । ଅଧିକ ସଂଖ୍ୟକ ଲୋକ ଆସୁଛନ୍ତି । କ୍ରାଉଡ କଣ୍ଟ୍ରୋଲ କରାଯାଉଛି । ପର୍ଯ୍ୟାପ୍ତ ଭଲ୍ୟୁଣ୍ଟର ରଖିବା ପାଇଁ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଥିଲୁ। ବିଭିନ୍ନ ସ୍ଥାନରେ ଚାରିଚକିଆ ଯାନ ବନ୍ଦ ରଖାଯାଉଛି । ମୋବାଇଲ୍ ୟୁନିଟ ରଖାଯାଇଛି । ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ଆଲର୍ଟ ରଖାଯାଇଛି । ଲୋକ ବହୁତ ପରିମାଣର ଜମା ହେବେ ।
ପୂଜା କମିଟି ଉପରେ ବିଶ୍ବାସ କରି ଆସୁଛନ୍ତି ଲୋକ । ଲୋକଙ୍କ ସୁରକ୍ଷା ପାଇଁ ଧ୍ୟାନ ଦିଅନ୍ତୁ ପୂଜା କମିଟି କର୍ତ୍ତୃପକ୍ଷ । ଟ୍ବିନି ସିଟିରେ ପେଣ୍ଡାଲ ରେ ନିୟମ ଉଲଙ୍ଘନ ହେଲେ କାର୍ଯାନୁଷ୍ଠାନ ନିଆଯିବ । ବେସ ସ୍ପେସ ନଥିଲେ ଷ୍ଟାମ୍ପେଡ ହେବାର ସମ୍ଭାବନା ରହିବ । ପୋଲିସ ପେଣ୍ଡାଲ ଭିତରେ ପଶିବା ସହଜ ନୁହେଁ । କାରଣ ପୋଲିସ ପାଇଁ ଜୋତା ଓ ୟୁନିଫର୍ମରେ ସମସ୍ୟା ହେବ । ଅଗ୍ନିଶମ ବାହିନୀ ସହ ଓ ଆମ୍ବୁଲାନସ ବ୍ୟବସ୍ଥା ମଧ୍ୟ ବ୍ୟାପକ କରାଯାଇଛି । ଦଶହରା ପୁର୍ବରୁ ସବୁ ଜିଲ୍ଲାରେ ଫୋର୍ସ ଦିଆଯାଇଛି । ତେଣୁ କିଛି ଅସୁବିଧା ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଡିଜିପି ।

