Homelocalରାବଣ ଦରବାର ରେ ଶବରୀ ସହିତ ସାକ୍ଷାତ ଓ ବାଳି ବଦ୍ଧ

ରାବଣ ଦରବାର ରେ ଶବରୀ ସହିତ ସାକ୍ଷାତ ଓ ବାଳି ବଦ୍ଧ

ସୁବର୍ଣ୍ଣପୁର, (୧୭/୧୦) : ଆପ୍ର : ସୁବର୍ଣପୁର ଜିଲ୍ଲା ବିନିକା ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଦୁର୍ଗା ମନ୍ଦିରରେ ନବାଦିନାତ୍ମକ ନବରାତ୍ର ଦୁର୍ଗା ପୂଜା ଉପଲକ୍ଷେ ପୂଜା କମିଟୀ ପକ୍ଷରୁ ଆୟୋଜିତ ହୋଇଛି ରାବଣ ଦରବାର ।

ଆଜି ରାବଣ ଦରବାରରେ ମାର୍ତଙ୍ଗ ଋଷିଙ୍କ ଆଶ୍ରମକୁ ରାମ ଲକ୍ଷ୍ମଣ ଙ୍କ ଗମନ, ଶବରୀ ସହିତ ସାକ୍ଷାତ, ସୁଗ୍ରୀବ ସହିତ ମିତ୍ରତା ଏବଂ ବାଳି ବଦ୍ଧ ଚରିତ୍ର ପରିବେଷଣ କରାଯାଇଛି l ରାବଣ ଭୂମିକାରେ ଗୋପାଳ ପଣ୍ଡା, ରାମ – ପାର୍ଥ ଭାଟ୍ଟୀ, ଲକ୍ଷ୍ମଣ- ବାବୁଲା ଭୋଇ, ସୀତା- ସନ୍ଧ୍ୟାରାଣୀ ଦାସ, ହନୁମାନ- କିରଟି ମିଶ୍ର, ଶବରୀ – ଅନ୍ତ ପଧାନ, ସୁଗ୍ରୀବ – ଲଖିନ୍ଦ୍ର ଭୁଏ, ବାଳି ଦେବାନନ୍ଦ ଛନ୍ଦ ଆଦି ନିଖୁଣ କଲା ପ୍ରଦର୍ଶନ କରିଥିଲେ ।

ଆଜିକା ଦରବାରରେ ରାଜ ଅତିଥି ଭାବେ ମୁଖ୍ୟ ଅତିଥି ଦୁର୍ଗା ମନ୍ଦିର କମିଟି ସଭାପତି ସନ୍ତୋଷ ପଣ୍ଡା, ସମ୍ମାନିତ ଅତିଥି ଭାବେ ଶିଳ୍ପପତି ତଥା ରାଇସ ମିଲ ମାଲିକ ମନୋଜ ପଧାନ, ବସନ୍ତ ସୁବୁଦ୍ଧି, ସାଉଁରିଆ ଅଗ୍ରୱାଲ, ସୁନୀଲ ପାତ୍ର, ମୂନତାଜ ପଣ୍ଡା, ଶଙ୍କର ଅଗ୍ରୱାଲ, ପ୍ରକାଶ ଚନ୍ଦ୍ର ବାବୁ, ଆଲୋକ ଅଗ୍ରୱାଲ, ଆକାଶ ବାବୁ, ଆକାଶ ଅଗ୍ରୱାଲ ଯୋଗଦେଇଥିଲେ । ଦୁର୍ଗା ପୂଜା କମିଟୀ ସମ୍ପାଦକ ଗନ୍ଧର୍ବ ମାହାର ଧନ୍ୟବାଦ ଅର୍ପଣ କରିଥିଲେ । କମିଟି ସଦସ୍ୟ କୈଳାସ ମାହାର, ଅନିଲ ମାହାର, ବଳଦେବ ବଢ଼େଇ ଗୋବିନ୍ଦ ମାହାଣା, ଟୁନା ସାଲମା, ରମାକାନ୍ତ ପାଣ୍ଡେ, ଗରିବ ସାଲମା, ପ୍ରଦୀପ ମିଶ୍ର, ଟିଟୁ ପାଣିଗ୍ରାହୀ, କାହ୍ନl ମାହାଣା, ଆୟୁଷ ପାଣିଗ୍ରାହୀ ଆଦି କମିଟିର ସମସ୍ତ ସଦସ୍ୟ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପରି ସମସ୍ତ କାର୍ଯ୍ୟରେ ସହଯୋଗ କରିଛନ୍ତି । ମାଁ ଙ୍କ କାଳରାତ୍ରି ବେଶ ଓ ରାବଣ ଦରବାର ଦେଖିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments