Homesportsପ୍ରଥମ ଓଡ଼ିଶା ରାଜ୍ୟ ଚଉଦ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚମ୍ପିଆନ ସିପ୍ ଉଦଯାପିତ

ପ୍ରଥମ ଓଡ଼ିଶା ରାଜ୍ୟ ଚଉଦ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚମ୍ପିଆନ ସିପ୍ ଉଦଯାପିତ

ସୁବର୍ଣ୍ଣପୁର, (୧୬/୧୦) : ଆପ୍ର : ସୁବର୍ଣ୍ଣପୁର ରେ ଗତ ୧୩ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ଓଡ଼ିଶା ରାଜ୍ୟ ଚଉଦ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚମ୍ପିଆନ ସିପ୍ ଉଦଯାପିତ ହୋଇଯାଇଛି ।WhatsApp Image 2026 10 16 at 21.50.48

ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ଏହି ଫୁଟବଲ ମହାକୂମ୍ଭ ଓଡ଼ିଶା ବିଦ୍ୟାଳୟ କ୍ରୀଡା ସଂଗଠନ ଆନୁକୁଲ୍ୟରେ ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିଲା । ସ୍କୁଲ ଓ ଗଣଶିକ୍ଷା ବିଭାଗ ‌ଦ୍ଵାରା ପ୍ରାୟୋଜିତ ଏହି ପ୍ରତିଯୋଗିତାରେ ୨୦ଟି ଜିଲ୍ଲା ଦଳ ର‌ ବାଳକ ମାନେ ଅଂଶଗ୍ରହଣ କରିଥିଲେ । ଆଜି ପୂର୍ବାହ୍ନ ରେ ଦୁଇଟି ସେମି ଫାଇନାଲ ଓ ଶେଷରେ ସମ୍ବଲପୁର ଓ ସୁନ୍ଦରଗଡ଼ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ସୁନ୍ଦରଗଡ଼ ଦଳ‌ ଟାଇ ବ୍ରେକର ଦ୍ଵାର‌ ସମ୍ବଲପୁର ଦଳ‌କୁ ହରାଇ ଚମ୍ପିଆନ ହୋଇଛନ୍ତି ।WhatsApp Image 2026 10 16 at 21.51.29

ଉଦଯାପନୀ ଉତ୍ସବ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲ ଯେଉଁ ଥିରେ‌ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ‌ ଦେବାଶିଷ ସିଂ ତଥା ସମ୍ମାନିତ ଅତିଥି ରୂପେ ଉପ ଜିଲ୍ଲାପାଳ ସୋନପୁର ଡକ୍ଟର ସୋମ୍ୟରୁପା ରଥ, ଆରକ୍ଷୀ ଅଧିକ୍ଷକ ନାରାୟଣ‌ ନାୟକ ଯୋଗଦେଇ ଉବୋଧନ‌ ଦେବା ସହ‌ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ବାବାଜି ବିଶ୍ଵନାଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତିନି ଦିନ ଧରି ଆୟୋଜିତ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ବିଭିନ୍ନ ଉଚ୍ଚ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ‌ ସହୃଦୟ ସହଯୋଗ ରେ ଏସୀୟ ପ୍ରତିଯୋଗିତା ସୁରୁଖୁରୁରେ ସମ୍ପାଦନ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments