Homelocalପିଏମ ଶ୍ରୀ ମହାରାଜା ହାଇସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶିକା

ପିଏମ ଶ୍ରୀ ମହାରାଜା ହାଇସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶିକା

ସୁବର୍ଣ୍ଣପୁର, (୧୬/୧୦) : ଆପ୍ର : ସୋନପୁରର ଐତିହାସିକ ମହାରାଜା ଉଚ୍ଚ ବିଦ୍ୟାଳୟକୁ ଆଜି ଗଣଶିକ୍ଷା ବିଭାଗର ନିର୍ଦ୍ଦେଶିକା ଯୁଗଳେଶ୍ୱରୀ ଦାଶ ପରିଦର୍ଶନ କରିଛନ୍ତି ।

ବିଦ୍ୟାଳୟ ପରିସରରେ ପହଞ୍ଚି ସେ ବିଦ୍ୟାଳୟର ଶୈକ୍ଷିକ ପରିବେଶ, ଭିତ୍ତିଭୂମି ଓ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମହାରାଜା ହାଇସ୍କୁଲ ପୁରାତନ ଛାତ୍ର ସଂଘ ପକ୍ଷରୁ ନିର୍ଦ୍ଦେଶିକାଙ୍କ ସହ ଏକ ବିଶେଷ ଆଲୋଚନା କରାଯାଇଥିଲା । ପୁରାତନ ଛାତ୍ର ସଂଘ ପକ୍ଷରୁ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପସ୍ଥାପନ କରାଯାଇଥିଲା । ଏଥି ମଧ୍ୟରୁ ପ୍ରମୁଖ ଦାବି ଗୁଡିକ ମଧ୍ୟରେ ବିଦ୍ୟାଳୟରେ ନିୟମିତ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବା, ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବା, ଚଳିତ ବର୍ଷ ବନ୍ଦ ହୋଇଥିବା ଏନସିସି (NCC) ୟୁନିଟ୍ ପୁନଃ ଖୋଲିବା, ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଖେଳ ପଡ଼ିଆର ବ୍ୟବସ୍ଥା, ପୁରୁଣା ଲାଇବ୍ରେରୀ କୁ ପୁନଃକ୍ଷମ କରିବା, ହେରିଟେଜ ସ୍କୁଲ ଭାବେ ଘୋଷିତ ହୋଇଥିବା ମହାରାଜା ହାଇସ୍କୁଲର ପୁନରୁଦ୍ଧାର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ନେଇ ଦୃଢ଼ ଦାବୀ କରାଯାଇଥିଲା ।

ପୁରାତନ ଛାତ୍ର ସଂଘର ଦାବୀ ଶୁଣି ନିର୍ଦ୍ଦେଶିକା ଯୁଗଳେଶ୍ୱରୀ ଦାଶ ସମସ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହି ପରିଦର୍ଶନ ସମୟରେ ପୂରାତନ ଛାତ୍ର ସଂଘ ତଥା ପରିଚାଳନା କମିଟି ପକ୍ଷରୁ ଗୋରେଖନାଥ ସାହୁ, ଗୋବିନ୍ଦ ମହାରଣା, ଗତିକୃଷ୍ଣ ମିଶ୍ର, ଭାରତ ଭୂଷଣ ଦାଶ, ଗଦାଧର ବାରିକ, ରାଜ କିଶୋର ତ୍ରିପାଠୀ, ପୀୟୁଷ ପଣ୍ଡା ପ୍ରମୁଖଙ୍କ ସମେତ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments