Homelocalଛାତ୍ର ସଂସଦ ନିର୍ବାଚନ ରେ ସୋନପୁର , ବୀରମହାରାଜପୁର ଓ ବିନିକା ରେ ବିସିଜେଡି ପ୍ରାର୍ଥୀ...

ଛାତ୍ର ସଂସଦ ନିର୍ବାଚନ ରେ ସୋନପୁର , ବୀରମହାରାଜପୁର ଓ ବିନିକା ରେ ବିସିଜେଡି ପ୍ରାର୍ଥୀ ଵିଜୟୀ

ସୁବର୍ଣ୍ଣପୁର, (୧୬/୧୦):ଆପ୍ର: ସୋନପୁରର ସର୍ବପୁରାତନ ସୋନପୁର କଲେଜରେ ଛାତ୍ର ସଂସଦ ନିର୍ବାଚନ ଗତ କାଲି ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇଛି ।

ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନେଇ ଛାତ୍ରଛାତ୍ରୀଙ୍କ ଉତ୍କଣ୍ଠା ବଢ଼ିଥିଲା । ସୋନପୁର କଲେଜରେ ଛାତ୍ର ସଂସଦ ସଭାପତି ପଦବୀରେ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥି ରୋଶନ ଶର୍ମା ବିଜୟୀ ହୋଇଥିବା ବେଳେ ଉପସଭାପତି ଲଭ୍‌ଲି ସାହୁ ଓ ସାଧାରଣ ସମ୍ପାଦକ ଭାବେ ସୁନୀଲ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି । ସେହିପରି ବିନିକା ସିଦ୍ଧାର୍ଥ ସ୍ମାତକ ମହାବିଦ୍ୟାଳୟ ରେ ବିସିଜେଡି ର ପ୍ରାର୍ଥୀ ସଭାପତି ଭାବେ ଆୟୁଷ୍ମାନ ସାହୁ, ସମ୍ପାଦକ ଭାବେ ଆଶୁତୋଷ କୁମାର ନାଏକ ବିଜୟୀ ହୋଇଛିନ୍ତି । ସେହିପରି ବୀରମହାରାଜପୁର ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ଶିବାଜୀ ବିଶ୍ୱାଳ ସଭାପତି ଓ ରୋଶନ ଘିବିଲା ଉପସଭାପତି ଭାବେ ବିଜୟୀ । ଅନ୍ୟ କଲେଜ ଗୁଡିକରେ ନିର୍ଦ୍ୱନ୍ଦରେ ପ୍ରାର୍ଥୀ ମାନେ ନିର୍ବାଚିତ ହୋଇଛନ୍ତି । ବିଜୟୀ ପ୍ରାର୍ଥୀ ମାନେ ଆଜି ଶପଥ ପାଠ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments