HomeBlogପରିବେଶ କର୍ମୀଙ୍କୁ ନେଇ ସିଜେଆଇଙ୍କ ମନ୍ତବ୍ୟକୁ ବିରୋଧ, ୭୧ ଅବସରପ୍ରାପ୍ତ ଅଧିକାରୀଙ୍କ ଖୋଲା ଚିଠି

ପରିବେଶ କର୍ମୀଙ୍କୁ ନେଇ ସିଜେଆଇଙ୍କ ମନ୍ତବ୍ୟକୁ ବିରୋଧ, ୭୧ ଅବସରପ୍ରାପ୍ତ ଅଧିକାରୀଙ୍କ ଖୋଲା ଚିଠି

ନୂଆଦିଲ୍ଲୀ: ପରିବେଶ ସମ୍ବନ୍ଧୀୟ ମାମଲାରେ ଆଦାଲତକୁ ଯାଉଥିବା କର୍ମୀ ଓ ସାମାଜିକ ସଂଗଠନମାନଙ୍କୁ ନେଇ ଭାରତର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ମନ୍ତବ୍ୟକୁ କେନ୍ଦ୍ର କରି ଦେଶରେ ଚର୍ଚ୍ଚା ବଢ଼ିଛି। ୭୧ ଜଣ ଅବସରପ୍ରାପ୍ତ ଆଇଏଏସ୍‌, ଆଇପିଏସ୍‌ ଓ କେନ୍ଦ୍ରୀୟ ସେବା ଅଧିକାରୀ ଏନେଇ ସିଜେଆଇଙ୍କୁ ଏକ ଖୋଲା ଚିଠି ଲେଖି ଗଭୀର ଚିନ୍ତା ପ୍ରକାଶ କରିଛନ୍ତି।1200 675 26744525 684 26744525 1779376417776

ଗୁଜରାଟର ପିପାଭାବ ପୋର୍ଟ ବିସ୍ତାର ପ୍ରକଳ୍ପ ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି ସମୟରେ ସିଜେଆଇ କହିଥିଲେ ଯେ, “ଦେଶରେ ଏମିତି କୌଣସି ପ୍ରକଳ୍ପ ଦେଖାନ୍ତୁ ଯାହାକୁ ପରିବେଶ କର୍ମୀମାନେ ସ୍ୱାଗତ କରିଛନ୍ତି।” ଏହି ମନ୍ତବ୍ୟ ପରେ ବିଭିନ୍ନ ପରିବେଶବିଦ୍‌, ସାମାଜିକ ସଂଗଠନ ଓ ପୂର୍ବତନ ଅଧିକାରୀମାନେ ଏହାକୁ ନେଇ ଆପତ୍ତି ଜଣାଇଛନ୍ତି। ‘କନଷ୍ଟିଟ୍ୟୁସନାଲ୍ କଣ୍ଡକ୍ଟ ଗ୍ରୁପ୍’ ନାମରେ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ, ଏପରି ମନ୍ତବ୍ୟ ସାଧାରଣ ନାଗରିକଙ୍କ ମନରେ ଭୟ ସୃଷ୍ଟି କରିପାରେ ଓ ପରିବେଶ ନଷ୍ଟ ନେଇ ସ୍ୱର ଉଠାଇବାକୁ ଲୋକମାନଙ୍କୁ ନିରୁତ୍ସାହିତ କରିପାରେ। ଏହା ଗଣତନ୍ତ୍ରର ମୂଳ ଆତ୍ମା ବିରୋଧୀ ବୋଲି ମଧ୍ୟ ସେମାନେ ମତ ପ୍ରକାଶ କରିଛନ୍ତି।

ଚିଠିରେ ଚିପକୋ ଆନ୍ଦୋଳନ, ନର୍ମଦା ବଚାଓ ଆନ୍ଦୋଳନ ଓ ସାଇଲେଣ୍ଟ ଭ୍ୟାଲି ପରି ଐତିହାସିକ ପରିବେଶ ଆନ୍ଦୋଳନଗୁଡ଼ିକର ଉଦାହରଣ ଦେଇ କୁହାଯାଇଛି ଯେ, ଏହି ଆନ୍ଦୋଳନମାନେ ଦେଶର ପରିବେଶ ସୁରକ୍ଷା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଶକ୍ତିଶାଳୀ କରିଛି। ପୂର୍ବତନ ଅଧିକାରୀମାନେ ସରକାରୀ ପରିବେଶ ମୂଲ୍ୟାଙ୍କନ କମିଟିଗୁଡ଼ିକୁ ମଧ୍ୟ ପ୍ରଶ୍ନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଅନେକ କମିଟି ପ୍ରାୟ ସମସ୍ତ ପ୍ରକଳ୍ପକୁ ଅନୁମୋଦନ କରୁଛନ୍ତି ଏବଂ ପରିବେଶ ସୁରକ୍ଷା ଠାରୁ ଅଧିକ ଉନ୍ନୟନକୁ ଗୁରୁତ୍ୱ ଦେଉଛନ୍ତି।

ଏହି ପ୍ରସଙ୍ଗରେ ବିଭିନ୍ନ ସାମାଜିକ ଓ ପରିବେଶ ସଂଗଠନମାନେ ମଧ୍ୟ ସିଜେଆଇଙ୍କ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ପରିବେଶ ସୁରକ୍ଷା ପାଇଁ ଆଦାଲତର ଦ୍ୱାର ଖଟଖଟାଇବା ଏକ ସଂବିଧାନିକ ଅଧିକାର ଓ ସାମାଜିକ ଦାୟିତ୍ୱ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments