Homelocalଆଜି ମହାଷଷ୍ଠୀ; ଧରାପୃଷ୍ଠକୁ ଆସିଲେ ମାଆ ଦୁର୍ଗା, ଚାରିଆଡ଼େ ପାର୍ବଣର ମାହୋଲ୍

ଆଜି ମହାଷଷ୍ଠୀ; ଧରାପୃଷ୍ଠକୁ ଆସିଲେ ମାଆ ଦୁର୍ଗା, ଚାରିଆଡ଼େ ପାର୍ବଣର ମାହୋଲ୍

ଭୁବନେଶ୍ୱର, (୧୬/୧୦) : ଆପ୍ର : ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜାର ମହାପର୍ବ । ମାଆଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ଚାରିଆଡ଼ ।

ଶଙ୍ଖଧ୍ୱନି, ଘଣ୍ଟଘଣ୍ଟା ଓ ମନ୍ତ୍ରୋଚ୍ଚାରଣରେ ପ୍ରକମ୍ପିତ ହେଉଛି ପୂଜାମଣ୍ଡପ । ଭକ୍ତି ଓ ଆସ୍ଥାର ପରିବେଶ ମଧ୍ୟରେ ଆଜି ପାଳନ ହେଉଛି ପବିତ୍ର ମହାଷଷ୍ଠୀ । ମାଆଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମନରେ ରହିଛି ଅସୀମ ଉତ୍ସାହ । ଦୁର୍ଗାପୂଜାରେ ମହାଷଷ୍ଠୀର ରହିଛି ବିଶେଷ ମହତ୍ତ୍ୱ । ଏହି ଦିନରେ ବିଧିବିଧାନ ଅନୁସାରେ ଦେବୀଙ୍କ ବୋଧନ, ଆମନ୍ତ୍ରଣ ଓ ଅଧିବାସ କରାଯାଇଥାଏ । ମାଆଙ୍କୁ ଆବାହନ କରିବା ସହ ପୂଜାର୍ଚ୍ଚନାର ଶୁଭାରମ୍ଭ ହୁଏ । ପରମ୍ପରା ଓ ଧାର୍ମିକ ରୀତିନୀତି ଅନୁସାରେ ମଣ୍ଡପଗୁଡ଼ିକରେ ଚାଲିଛି ପୂଜା ପ୍ରସ୍ତୁତି । ଏପଟେ ମାଆଙ୍କ ସ୍ୱାଗତ ପାଇଁ ମନୋରମ ରୂପରେ ସଜେଇ ହୋଇଛି ପୂଜାମଣ୍ଡପ । ଆକର୍ଷଣୀୟ ତୋରଣ, ଭବ୍ୟ ସାଜସଜ୍ଜା ଓ ରଙ୍ଗିନ ଆଲୋକମାଳା ମଣ୍ଡପର ସୌନ୍ଦର୍ଯ୍ୟକୁ ବଢ଼ାଇ ଦେଇଛି । ମାଆଙ୍କ ମୃଣ୍ମୟୀ ପ୍ରତିମାର ଦର୍ଶନ ପାଇଁ ଭକ୍ତଙ୍କ ଆଗମନ ଜାରି ରହିଛି । ଧୂପଦୀପର ସୁଗନ୍ଧ ସାଙ୍ଗକୁ ଭଜନକୀର୍ତ୍ତନ ଓ ମନ୍ତ୍ରୋଚ୍ଚାରଣ ପରିବେଶକୁ କରିଛି ଭକ୍ତିମୟ । ମାଆ ଦୁର୍ଗାଙ୍କ ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଶକ୍ତି, ସାହସ ଓ ସତ୍ୟର ପ୍ରତୀକ । ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ବିଜୟର ସନ୍ଦେଶ ଦିଏ ଏହି ପର୍ବ । ମହାଷଷ୍ଠୀରୁ ମାଆଙ୍କ ଆବାହନ ସହ ଆରମ୍ଭ ହୋଇଛି ଆନନ୍ଦ, ଉଲ୍ଲାସ ଓ ଭକ୍ତିର ଏହି ମହାପର୍ବ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments