Homelocalଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (୧୬/୧୦) : ଆପ୍ର : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ପକ୍ଷରୁ ଖାରୀ ଉଚ୍ଚ ବିଦ୍ୟାଳୟ ଠାରେ ଷ୍ଟୁଡେଣ୍ଟ ଲିଗାଲ୍ ଲିଟେରେସୀ କ୍ଲବ୍‌ର ସଦସ୍ୟ ମାନଙ୍କୁ ନେଇ ସ୍ଥାୟୀ ଲୋକ ଅଦାଲତ (ଜନ ଉପଯୋଗୀ ସେବା) ବିଷୟ ଉପରେ ଏକ ଜିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ସଚିବ ଦେବାଶିଷ ଦାଶ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ତଥା ପ୍ରାକ ମାମଲା ବ୍ୟବସ୍ଥା ଓ ମଧ୍ୟସ୍ଥତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ମାଗଣା ଆଇନ ସହାୟତା, ନାଲସା ହେଲ୍ପ ଲାଇନ୍ ନମ୍ବର ୧୫୧୦୦ ର ବ୍ୟବହାର ଏବଂ ଲୋକ ଅଦାଲତ ମାଧ୍ୟମରେ କିପରି ଶୀଘ୍ର ଓ ଶୁଳ୍କ ମୁକ୍ତ ନ୍ୟାୟ ପାଇପାରିବେ ସେହି ବିଷୟରେ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୋନପୁର ଅତିରିକ୍ତ ତହସିଲଦାର ସୁବାସ ଚନ୍ଦ୍ର ଭୋଇ, ଖାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ସ୍ୱଦେସ୍ନା ମେହେରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର କର୍ମଚାରୀ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments