Homecrimeଦୁଇ ଲୁଟେରା ବିଟେକ ଛାତ୍ରଙ୍କୁ ଗିରଫ କଲା କମିସନରେଟ ପୋଲିସ, ଲୁଟିଥିଲେ ମୋବାଇଲ୍ ଓ ସ୍କୁଟି

ଦୁଇ ଲୁଟେରା ବିଟେକ ଛାତ୍ରଙ୍କୁ ଗିରଫ କଲା କମିସନରେଟ ପୋଲିସ, ଲୁଟିଥିଲେ ମୋବାଇଲ୍ ଓ ସ୍କୁଟି

ଭୁବନେଶ୍ୱର, (୨୧/୧୦) : ଆପ୍ର : ଦଶହରାରେ ଲୁଟୁ ଥିଲେ ବିଟେକ ଛାତ୍ର । ଅନ୍ଧାରି ରାସ୍ତାରେ ଆତଙ୍କ ମଚାଇଥିଲେ ଦୁଇ ପାଠୁଆ ଅପରାଧୀ ।

ଦୁଇ ଜଣ ଲୁଟେରା ବିଟେକ ଅପରାଧୀଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବିଦ୍ୟାଧର ବେହେରା, ଆର୍ୟନ ଅଭିଷେକ ବୋଲି ଜଣାପଡିଛି । ଗତକାଲି ଇନଫୋଭାଲି ଥାନା ଓଗାଳପଡା ରାସ୍ତାରେ ଅଭିଯୋଗ କାରୀକୁ ଅଟକାଇଥିଲେ । ବାଟରେ ଅଟକାଇ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିଥିଲେ । ଛାତ୍ର ଜଣଙ୍କ ପୂଜା ବୁଲିବା ପାଇଁ ଯାଉଥିବା ବେଳେ ତାଠୁ ମୋବାଇଲ୍ ଓ ସ୍କୁଟି ଗାଡି ଲୁଟ କରିନେଇଥିଲେ । ଏନେଇ ଅଭିଯୋଗକାରୀ ୧୧୨ଯୋଗେ ପୋଲିସକୁ ଯୋଗାଯୋଗ ପରେ ତଦନ୍ତ କରିଥିଲା ପୋଲିସ ।

୧୨ଘଣ୍ଟା ମଧ୍ୟରେ ଇନଫୋଭାଲି ଥାନା ପୋଲିସ ଦୁଇ ବିଟେକ ଅପରାଧୀଙ୍କୁ କାବୁ କରିବା ସହ ସେମାନଙ୍କ ଠୁଁ ଲୁଟ୍ ମୋବାଇଲ୍ ଓ ସ୍କୁଟି ସହ ସେମାନେ ବ୍ୟବହାର କରୁଥିବା ପଲସର ବାଇକ ଓ ମୋବାଇଲ୍ ଫୋନ୍ ଜବତ କରିଛି । ପୋଲିସ ତଦନ୍ତ ବେଳେ ଜଣାପଡିଛି, ଜଣେ ବିଟେକ ପାସ ଆଉଟ୍ ହୋଇଥିବା ବେଳେ ଆଉ ଜଣେ ବିଟେକ କଲେଜରେ ପଢୁଛି । ନିଶା ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଏଭଳି ଲୁଟପାଟ କରି ଦଶହରାରେ ଆତଙ୍କ ମଚାଇଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments