ଭୁବନେଶ୍ୱର, (୨୧/୧୦) : ଆପ୍ର : ଦୁର୍ଗାପୂଜା ଭିଡ଼ରେ ମୋବାଇଲ୍ ଚୋରି କରୁଥିବା ଏକ ଗ୍ୟାଙ୍ଗ୍କୁ ଧରିଛି ନୟାପଲ୍ଲୀ ଥାନା ପୋଲିସ ।
ଏହି ଗ୍ୟାଙ୍ଗ୍ରେ ଥିବା ୪ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୫ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ ହୋଇଛି । ଗତକାଲି ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ଦର୍ଶନ ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କୁ କିଛି ମହିଳା ଘେରିଯାଇ କୃତ୍ରିମ ଭିଡ଼ ସୃଷ୍ଟି କରିଥିଲେ । ଏହି ସମୟରେ ତାଙ୍କ ପକେଟ୍ରୁ ମୋବାଇଲ୍ ଚୋରି ହୋଇଥିଲା । ଅଭିଯୋଗ ପରେ ଆଜି ପୁଣି ସମାନ ଢଙ୍ଗରେ ଚୋରି ପାଇଁ ଉଦ୍ୟମ ହେଉଥିବା ଖବର ପାଇ ସାଦା ପୋଷାକରେ ଚଢ଼ାଉ କରିଥିଲା ପୋଲିସ । ଏହି ସମୟରେ ୫ ଜଣଙ୍କୁ କାବୁ କରାଯାଇଥିଲା । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ପଶ୍ଚିମବଙ୍ଗର ବୋଲି ପୋଲିସ ସୂଚନା ଦେଇଛି । ସେମାନେ ଜଗତପୁର ଓ ଭୁବନେଶ୍ୱରର ଏକ ଗେଷ୍ଟ ହାଉସରେ ରହି ଏଭଳି ଚୋରି କରୁଥିବା ତଦନ୍ତରୁ ଜଣାପଡ଼ିଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।

