ରାୟଗଡା, (୦୬/୦୯) : ଆପ୍ର : ଗୁରୁଙ୍କ ପ୍ରତି ସମ୍ମାନ, କୃତଜ୍ଞତା ଓ ଶ୍ରଦ୍ଧାର ଅନନ୍ୟ ପରମ୍ପରାକୁ ଆଗେଇ ନେଇ ରାୟଗଡ଼ା ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ପକ୍ଷରୁ ଟିକିରି ଠାରେ ପବିତ୍ର ଗୁରୁଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଛି ।
ଏହି ଅବସରରେ କାଶୀପୁର ବ୍ଲକର ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ନିଜ ଜୀବନକୁ ଶିକ୍ଷାଦାନ ଓ ସମାଜ ଗଠନରେ ସମର୍ପିତ କରିଥିବା ଏହି ଗୁରୁମାନଙ୍କ ପ୍ରତି ସମ୍ମାନ ଜଣାଇବା ସହ ସେମାନଙ୍କ ଅବଦାନକୁ ସ୍ମରଣ କରାଯାଇଥିଲା ।

