Homelocalବୁଢ଼ୀପଦର ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ, ଅବସରପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧିତ

ବୁଢ଼ୀପଦର ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ, ଅବସରପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧିତ

ମୁରିବାହାଲ, (୦୫/୦୯) : ଆପ୍ର : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ବୁଢ଼ୀପଦର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଜଳଧର ମିର୍ଧାଙ୍କ ନେତୃତ୍ୱରେ ଗୁରୁଦିବସ ପାଳିତ ହୋଇଛି ।

ଏହି ଅବସରରେ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ରାଜକୁମାର ଛୁରାଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଛୁରା ୧୯୯୧ରୁ ଶିକ୍ଷକତା ଆରମ୍ଭ କରି ୨୦୨୦ରେ ଅବସର ନେଇଥିଲେ । ସେ ୨୦୦୭ରୁ ୨୦୨୦ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ଏହି ଅବସରରେ ସେ ଗୁରୁ-ଶିଷ୍ୟ ସମ୍ପର୍କ, ଗୁରୁଦିବସର ମହତ୍ତ୍ୱ ଏବଂ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନ ଓ ଆଦର୍ଶ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ସୁଶାନ୍ତ ଦୀପଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments