Homebreaking newsରାୟଗଡ଼ା ପୋଲିସକୁ ସଫଳତା, ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୨ ଲୁଟେରା ଗିରଫ

ରାୟଗଡ଼ା ପୋଲିସକୁ ସଫଳତା, ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୨ ଲୁଟେରା ଗିରଫ

ରାୟଗଡ଼ା, (୧୮/୦୮) : ଆପ୍ର : ରାୟଗଡ଼ା ପୋଲିସକୁ ସଫଳତା । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପୋଲିସ ୧୨ଜଣ ଲୁଟେରାକୁ ଗିରଫ କରିଛି

ସେମାନଙ୍କଠାରୁ ପୋଲିସ ୩ଟି ଦାମୀ କାର ସହ ୨୩୦ ଗ୍ରାମ ସୁନା ଅଳଙ୍କାର ଓ ୫୮୧ ଗ୍ରାମ ରୁପା ଜବତ ହୋଇଛି । ୧୨ଟି ମୋବାଇଲ ଫୋନ,ମୋଟରସାଇକୋଲ ସହ ଘରୋଇ ସାମଗ୍ରୀ ଜବତ କରାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡାର ଏସପି ରାଜ୍ ପ୍ରସାଦ । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ କାଶୀପୁର, କଲ୍ଯାଣସିଂହପୁର, କୋଲନରା ଓ ରାୟଗଡା ଥାନା ଅଞ୍ଚଳର ବୋଲି ଜଣାପଡିଛି । ପୂର୍ବରୁ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ୧୫ଟି ମାମଲା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି । ଘର ଖାଲିଥିବାର ସୁଯୋଗ ଅଭିଯୁକ୍ତ ମାନେ ପ୍ରଥମେ ସିସିଟିଭିକୁ ଅଚଳ କରିବା ସହ ଲୁଟପାଟ୍ କରୁଥିଲେ । ଏଥିପାଇଁ ଏକ ଟିମ୍ ଗଠନ କରିବା ସହ ସାଇବର ଏକ୍ସପର୍ଟଙ୍କ ସହାୟତା ନେଇ ପୁଲିସ ଗିରଫ୍ କରିଥିବା ସୂଚନା ଦେଇଛି । ଆଗାମୀ ଦିନରେ ଅନ୍ଯ ଲୁଟେରାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ରାଜ୍ ପ୍ରସାଦ ସୂଚନା ଦେଇଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments