ରାୟଗଡା, (୦୬/୦୯) : ଆପ୍ର : ଏକାଦଶହ କାର୍ଯ୍ୟକ୍ରମରେ କଣ୍ଡାବାବୁଙ୍କୁ ଅତ୍ୟନ୍ତ ଦୁଃଖର ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତା ଓ କର୍ମି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଜଣେ ଟାଣୁଆ ସଂଗଠକ, ସାମାଜିକ କର୍ମୀ ଓ ଜଣେ ଜନପ୍ରିୟ ନେତାଙ୍କୁ ହରାଇବାର ଦୁଃଖ ସମସ୍ତଙ୍କ ମନରେ ଥିଲା। ରାଜ୍ୟ ବିଜେପିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଶ୍ରୀ ୟାଲ୍ଲା ଭେଙ୍କଟେଶ୍ୱର ରାଓ (କୋଣ୍ଡା ବାବୁ)ଗତ ୨୭ ଅଗଷ୍ଟ ୨୦୨୬ରେ ସମସ୍ତଙ୍କୁ ଛାଡ଼ି ଦୁନିଆରୁ ଚିରବିଦାୟ ନେଇଛନ୍ତି । ତାଙ୍କ ପବିତ୍ର ଆତ୍ମାର ସଦଗତି ଓ ଚିରଶାନ୍ତି କାମନା କରି ୧୧ଦିନିଆ କାର୍ଯ୍ୟ ଓ ଶୋକସଭାର ଆୟୋଜନ କରାଯାଇଥିଲା । ଦଳଗତ ନିର୍ବିଶେଷରେ ସମସ୍ତ ୟୁନିଅନ ଗୁଡିକର କର୍ମକର୍ତ୍ତା, ରାଜନେତା, ସାମ୍ୱାଦିକ, ଆଇନଜିବୀ ଓ ଦଳୀୟ କର୍ମୀ ଯୋଗ ଦେଇ କଣ୍ଡା ବାବୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପରିବାରକୁ ସ୍ୱାନ୍ତନା ଦେଇଛନ୍ତି । ଏବଂ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସବୁବେଳେ ସବୁ ସମୟରେ ଶୋକ ସନ୍ତପ ପରିବାର ସହିତ ସେମାନଙ୍କ ସହଯୋଗ ରହିବ । ଆଜି ଅର୍ଥାତ୍ ୦୬ ସେପ୍ଟେମ୍ବର ୨୦୨୬, ରବିବାର ଦିନ ୧୨ଟାରୁ ତାଙ୍କ ବାସଭବନ, ରିଙ୍ଗ ରୋଡ୍ ସ୍ଥିତ, ଫରେଷ୍ଟ କଲୋନୀ, UP ହାଇସ୍କୁଲ ନିକଟରେ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।
ଏଥିରେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ ସ୍ଥାନିୟ ଲୋକ। ଜଣେ ମାର୍ଗଦର୍ଶକଙ୍କୁ ହରାଇବା ଦୁଃଖ କେବଳ ଜଣେ ବ୍ୟକ୍ତିଙ୍କୁ ହରାଇବା ନୁହେଁ, ଏହା ଜୀବନର ଏକ ଆଲୋକସ୍ତମ୍ଭକୁ ହରାଇବା ସମାନ ବୋଲି କହିଥିଲେ ଉପସ୍ଥିତ ଲୋକେ । ତାଙ୍କର ସ୍ନେହ, ମାର୍ଗଦର୍ଶନ ଓ ଆଶୀର୍ବାଦ ସବୁବେଳେ ଆମ ସହିତ ରହିବ ଏବଂ ସମସ୍ତଙ୍କ ହୃଦୟରେ ସେ ଅମର ହୋଇ ରହିବେ ବୋଲି କହିଛନ୍ତି ତାଙ୍କ ଶୁଭଚିନ୍ତକ । ଏହି ଦୁଃଖଦ ସମୟରେ ସମସ୍ତଙ୍କର ଉପସ୍ଥିତି ଓ ଶ୍ରଦ୍ଧାଞ୍ଜଳି ତାଙ୍କ ପବିତ୍ର ଆତ୍ମା ପ୍ରତି ସମ୍ମାନର ପ୍ରତୀକ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦଗତି ଓ ଚିରଶାନ୍ତି କାମନା କରିଛନ୍ତି ଶୁଭଚିନ୍ତକ ।

