ସୁବର୍ଣ୍ଣପୁର, (୧୬/୧୦) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦେବାଶିଷ ସିଂହ ୧୦ ଜଣ ପିତୃମାତୃ ହୀନ ଶିଶୁଙ୍କୁ ମିଶନ ବାତ୍ସଲ୍ୟ ଯୋଜନାରେ ପୃଷ୍ଠପୋଷକତା ଓ ଆର୍ଥିକ ସହାୟତାରେ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ।
ଏହି ଅବସରରେ ୬ ଗୋଟି ବ୍ଲକରୁ ୧୬୧ ଜଣ ଶିଶୁଙ୍କୁ ମୋଟ ୩୨ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥକ ସହାୟତା ପ୍ରଦାନ କରାଯାଇଛି । ତରଭା ବ୍ଲକ୍ର ସିଭାଂଶ ଅଗ୍ରୱାଲ, ଅନୁଭବ ଷଡ଼ଙ୍ଗୀ, ବୀରମହାରାଜପୁର ବ୍ଲକ୍ର ଉଦିତ ଏକ୍କା, ସୋନପୁର ବ୍ଲକ୍ର ଶ୍ରଦ୍ଧା କୁଶଲ, ଲକ୍ଷ୍ମୀପ୍ରିୟା ଷାଣ୍ଢ, ଶୁଭଶ୍ରୀ ପୋଢ଼, ଅଲିମା ବାଘ, ଲକ୍ଷ୍ମୀପ୍ରିୟା ସାହୁ, ଡୁଙ୍ଗୁରିପାଲି ବ୍ଲକ୍ର ଡଲି ବେହେରା, ପ୍ରତ୍ୟାଶା ପ୍ରଧାନ ଆଦି ନିଜ ନିଜ ଅଭିଭାବକଙ୍କ ସହିତ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ଠାରୁ ଆର୍ଥକ ସହାୟତା ଚେକ୍ ଗ୍ରହଣ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ହିସାବ ରକ୍ଷକ ମୃତ୍ୟୁଞ୍ଜୟ ସାହୁ, ସେବା ସହଯୋଗୀ ଥବିର କାଲସା, ଆଇନ ପରାମର୍ଶଦାତା ଭାସ୍କର ଦାଶ, ସରିତା ସୁନା, ଅନିଲ ମହଲା, ଜିତେନ୍ଦ୍ର ମଣ୍ଡଲ, ଗୌତମ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

