Homelocalଗ୍ରାମୀଣ ଗୃହ ଯୋଜନା କାର୍ଯ୍ୟକାରିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ଗ୍ରାମୀଣ ଗୃହ ଯୋଜନା କାର୍ଯ୍ୟକାରିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ, (୧୭/୦୮) : ଆପ୍ର : ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ ରେ ଅଧିକ ଗ୍ରାମୀଣ ଗୃହ ନିର୍ମାଣ କରିବା କାର୍ଯ୍ୟରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ରାଇକିଆ ବ୍ଳକ୍ ପୁରସ୍କୃତ ହୋଇଛି ।WhatsApp Image 2026 08 17 at 15.38.35

ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ୮୦ ତମ ସ୍ୱାଧିନତା ଦିବସ ପାଳନ ଅବସରରେ ବାଣିଜ୍ୟ, ପରିବହନ ଓ ଇସ୍ପାତ, ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ଠାରୁ ରାଇକିଆବ୍ଲକ୍ ବିଡିଓ ସବ୍ୟସାଚୀ ସାହୁ ଏହି ଟ୍ରଫି ଏବଂ ମାନପତ୍ର ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନିର୍ଧାରିତ ସମୟ ରେ ସର୍ବାଧିକ ଗୃହ କାର୍ଯ୍ୟ ଶେଷ ହୋଇଥିବା ଏବଂ ଲକ୍ଷ୍ୟ ପୁରଣ କରାଯାଇଥିବାରୁ ଏହି ପୁରସ୍କାର ପ୍ରଦାନ କରଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲାପାଳ ବେଦ ଭୂଷଣ, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ୍, କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ରାଇକିଆ ବିଡିଓଙ୍କ ସହିତ ଏହି କାର୍ଯ୍ୟରେ ବ୍ଲକରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିବା (BPC- RHH) ରୁରାଲ ହାଉସିଂ ସଂଯୋଜକ କମଲ ପ୍ରସାଦ ନାୟକ ଓ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments