Homelocalବର୍ଷା ରୁତୁ ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବର୍ଷା ରୁତୁ ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର , (୧୭/୦୮) : ଆପ୍ର : ପ୍ରାତଃ ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବର୍ଷା ଦିନିଆ ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2026 08 17 at 12.22.21 1

ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବର୍ଷାରେ ଭିଜିଲେ ଅଶୁଦ୍ଧ ଜଳ ପାନ କଲେ ଥଣ୍ଡା, ସର୍ଦ୍ଦି, ଆକ୍ଷି ଧାରା, କୃମି ଆଦି ରୋଗ ହେବ । ମାଛି ବସା ଖାଦ୍ୟ ଓ ଗୋଳିଆ ପାଣି ପିଇଲେ, ଅତିସାର, ପ୍ରବାହିକା, ଟାଇଫୋଏଡ ରୋଗ ହେବ । ମଶା କାମୁଡ଼ିଲେ ଶ୍ଳୀପଦ, ମ୍ୟାଲେରିଆ,ଡେଙ୍ଗୁ ଆଦି ମଶା ଜନ୍ୟ ରୋଗ ହେବ।ଅନ୍ଧାରରେ ବୁଲିଲେ ବିଛା, ସର୍ପ କାମୁଡ଼ିବେ ଏଥିରୁ ରକ୍ଷା ପାଇବା ପାଇଁ ଏହି ସବୁ କାରଣ ଠାରୁ ଦୁରେଇ ରୁହନ୍ତୁ , ଗରମ ପାଣି ଓ ଖାଦ୍ୟ ଖାଆନ୍ତୁ, ସୋରିଷ ତେଲ ଦେହ ଓ ଆଙ୍ଗୁଠି ସନ୍ଧିରେ ଲଗାନ୍ତୁ । ଅଦା, ତୁଲସୀ,ରସୁଣ,କଳାଜିରା ଓ ଗୁଳୁଚି ରସ ସେବନ କରନ୍ତୁ ।

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା । ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ । ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments