Homelocalରାୟଗଡା ଜିଲ୍ଲା ପ୍ରଶାସନ ଦ୍ୱାରା ଦେଶ ସେବା ପାଇଁ ଭାରତୀୟ ସେନା ବାହିନୀର ଅବସର ପ୍ରାପ୍ତ...

ରାୟଗଡା ଜିଲ୍ଲା ପ୍ରଶାସନ ଦ୍ୱାରା ଦେଶ ସେବା ପାଇଁ ଭାରତୀୟ ସେନା ବାହିନୀର ଅବସର ପ୍ରାପ୍ତ ଯବାନ ସମ୍ମାନିତ

ରାୟଗଡା, (୧୫/୦୮) : ଆପ୍ର : ଦେଶ ମାତୃକାର ସେବାରେ ନିଜକୁ ସମର୍ପଣ କରିଥିବା ଦେଵୀ ପ୍ରସାଦ ପାଣିଗ୍ରାହୀ ରାୟଗଡା ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ୱାଧୀନତା ଦିବସରେ ସମ୍ମାନୀତ ହେଇଛନ୍ତି ।WhatsApp Image 2026 08 16 at 18.59.42

ଦେଶସେବା ପାଇଁ ଭାରତୀୟ ସେନାବାହିନୀର ଶ୍ରୀ ଦେବୀ ପ୍ରସାଦ ପାଣିଗ୍ରାହୀ ପ୍ରଥମ ଥର ପାଇଁ ରାୟଗଡ଼ ଜିଲ୍ଲା ପ୍ରଶାସନ ତଥା ରାୟଗଡା ଜିଲ୍ଲାର ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ମାନପତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶ୍ରୀଯୁକ୍ତ ପାଣିଗ୍ରାହୀ ୧୯୭୭ ମସିହାରେ ସେନା ବାହିନୀରେ ଯୋଗ ଦେଇଥିଲେ । ଦୀର୍ଘ ୨୮ ବର୍ଷ ଛଅ ମାସ ପରେ ମଇ ମାସ ୨୦୦୬ ରେ ସେନା ବାହିନୀରୁ ସେ ଅବସର ନେଇଥିଲେ । ଶ୍ରୀଯୁକ୍ତ ପାଣିଗ୍ରାହୀ ଅମ୍ରିତସର ରେ ହୋଇଥିବା ୧୯୮୪ର ଅପରେସନ ବ୍ଲୁ ଷ୍ଟାର ମଧ୍ୟ ଥିଲେ ।WhatsApp Image 2026 08 16 at 18.59.10

ସେହିଭଳି କାର୍ଗିଲ ଯୁଦ୍ଧରେ ମଧ୍ୟ ସାମିଲ୍ ଥିଲେ । ଏବଂ ଭାରତୀୟ ବାୟୁ ସେନାର ବିଜୟ ଗାଥାକୁ ଆଜି ମଧ୍ୟ ମନେ ପକାଇ ନିଜକୁ ଗର୍ବ ଅନୁଭବ କରିବା ସହିତ ଆଖିରୁ ଲୁହ ଝରିଯାଉଥିବାର ଦେଖିବାକୁ ମିଳିଛି । ଦେଶ ସେବାରେ ଭଗବାନ୍ ତାଙ୍କୁ ସୁଯୋଗ ଦେଇଥିବାରୁ ଭଗବାନଙ୍କୁ ସେ ଧନ୍ୟବାଦ ଜଣାଇବା ସହ ନିଜକୁ ଗର୍ବ ଅନୁଭବ କରନ୍ତି ଦେଵୀ ପ୍ରସାଦ ପାଣିଗ୍ରାହୀ । ଭାରତୀୟ ସେନାରେ ରହି ସେ ଭାରତର ଅନେକ ସ୍ଥାନରେ କାର୍ଯ୍ୟରତ ରହିଥିବା କହିଛନ୍ତି । ସେଥି ମଧ୍ୟରୁ ବେଙ୍ଗାଲୁର, ସିକିନ୍ଦରାବାଦ, ଗେଙ୍ଗଟକ୍, ଆମ୍ବାଲା, ଶିମଲା, ଔରଙ୍ଗାବାଦ, ଅମ୍ରିତସର, ଜମ୍ମୁ ଓ କାଶ୍ମୀରର ଉଦ୍ଦମପୂର୍, କଲିକତା, ଜମ୍ମୁ ଓ କାଶ୍ମୀରର ଅବନ୍ତୀପୁରା, ପୁନେ ଏବଂ ମେରୁଟ୍। ଏହିସବୁ ସ୍ଥାନରେ କାର୍ଯ୍ୟରତ ଥିବା ସମୟରେ କେବେ ହେଲେ ସେ ନିଜକୁ ଭାରାକ୍ରାନ୍ତ କିମ୍ବା ନିଜ ସେବାରେ ନିବୃତ୍ତ ରହିବାକୁ ଇଚ୍ଛା କରି ନାହାଁନ୍ତି ଏବଂ ଭାଗ୍ୟରେ ଥିଲେ ଭଗବାନ ଭାରତୀୟ ସେନାରେ ଦେଶ ସେବା କରିବା ସୁଯୋଗ ଦିଅନ୍ତି ବୋଲି କହିଛନ୍ତି ଦେଵୀ ପ୍ରସାଦ ପାଣିଗ୍ରାହୀ ।

ଶ୍ରୀଯୁକ୍ତ ପାଣିଗ୍ରାହି ନିଜ ପରିବାର ବିଷୟ ରେ କହିଛନ୍ତି ଯେ, ସ୍ତ୍ରୀ ସ୍ମିତା ପାଣିଗ୍ରାହୀ ସବୁବେଳେ ମୋ ମନବୋଳ ବଢ଼ାଇଛନ୍ତି ଏବଂ ପୁତ୍ର ସିଦ୍ଧାର୍ଥ ଏବଂ ସିଦ୍ଧାନ୍ତ ପାଣିଗ୍ରାହୀ, ଝିଅ ଶିଳ୍ପା ପାଣିଗ୍ରାହି ର ସମସ୍ତ ଦାୟିତ୍ୱକୁ କର୍ତ୍ତଵ୍ୟ ଭାବି ସମ୍ପାଦନ କରିଛନ୍ତି । ଶ୍ରୀଯୁକ୍ତ ପାଣିଗ୍ରାହୀ କହିଛନ୍ତି ଆଗାମୀ ଦିନରେ ମଧ୍ୟ ଦେଶ ପାଇଁ ସେବା କରିବାର ସୁଯୋଗ ମିଳେ ତେବେ ସେବା କରିବା ପାଇଁ ପ୍ରସ୍ତୁତ ଅଛି । ଦେଶ ମାତୃକାର ସେବା ମୋ ପାଇଁ ଅତି ଗର୍ବର ବିଷୟ ବୋଲି କହିବା ସହିତ । ପ୍ରତି ଜନ୍ମରେ ଦେଶ ସେବା କରିବା ସୁଯୋଗ ମିଳୁ ଏହା ହିଁ ମୋ ପ୍ରାର୍ଥନା ଓ ଅଭିଳାଷ ବୋଲି କହିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments