Homelocalରାଇକିଆ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା

ରାଇକିଆ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା

ରାଇକିଆ, (୦୩/୦୮) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ସରସ୍ୱତୀ ଶିଶୁ ମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ରେ ପ୍ରାଥମିକ ବିଭାଗ, ଶିଶୁ ବିଭାଗ, କିଶୋର ବର୍ଗ ର ସମୁଦାୟ ୫୮ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ବିଭାଗ ର ଶ୍ରେଷ୍ଠ ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକୁ ସଙ୍କୁଳ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା । ମୂର୍ତ୍ତି କଳା, ଗଣିତ ପ୍ରୟୋଗ, ବିଜ୍ଞାନ ପ୍ରୟୋଗ କ୍ଷେତ୍ର ରେ ମଧ୍ୟ ଶ୍ରେଷ୍ଠ ପ୍ରତିଯୋଗୀ ଙ୍କୁ ମନୋନୀତ କରାଯାଇଥିଲା । ବିଚାରକ ଭାବେ ମ୍ଲାହୁପାଙ୍ଗା ହାଇସ୍କୁଲ ବିଜ୍ଞାନ ଶିକ୍ଷୟତ୍ରୀ ନର୍ମଦା ପାତ୍ର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ସୂର୍ଯ୍ୟ ନାରାୟଣ ଚୌଧୁରୀ ଯୋଗ ଦେଇଥିଲେ ।ଓ କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଅତିଥି ଭାବେ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପିକା ମଞ୍ଜୁଳା ସାହୁ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ବିଶ୍ବାଳ, ସମ୍ପାଦକ ମିହିର ମହାପାତ୍ର,କୋଷାଧ୍ୟକ୍ଷ ଚକ୍ରଧର ପୃଷ୍ଟି ଯୋଗ ଦେଇ ଉଦଘାଟନ କରିଥିଲେ । ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟା ସବିତା ମିଶ୍ର ଏବଂ ସମସ୍ତ ଗୁରୁମା ଗୁରୁଜୀ ପରିଚାଳନା ରେ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments