ବାଂଶପାଳ, (୨୨/୦୬) : ଆପ୍ର : କେନ୍ଦୁଝରରେ ଦନ୍ତା ଆତଙ୍କ । ଶୁଆକାଟୀ OMC ଖଣି ବାଇପାସ୍ ରାସ୍ତାରେ ହାତୀ ଚଳପ୍ରଚଳ କରିବାକୁ ନେଇ ଲୋକେ ଛାନିଆ ।
ଶୁଆକାଟୀ ପାଟେଶ୍ଵର କଲେଜ ନିକଟରେ ମଧ୍ୟ ଦୀର୍ଘ ସମୟ ଧରି ଦନ୍ତା ଚଳପ୍ରଚଳ କରିବାରୁ ଲୋକେ ଆତଙ୍କିତ ହୋଇପଡିଥିଲେ । କେନ୍ଦୁଝରରୁ ବାଂଶପାଳ ବ୍ଲକ ମୁଖ୍ୟରାସ୍ତା ନିକଟରେ ଦୀର୍ଘ ଦିନ ଧରି ଚଳପ୍ରଚଳ କରୁଛନ୍ତି ହାତୀ । ଏଠାରେ ହାତୀ ଚଳପ୍ରଚଳ କରୁଥିବା ବେଳେ ଗୋଟିଏ ଦନ୍ତା ଅଧିକାଂଶ ସମୟରେ ରାସ୍ତା ପାର୍ ହେଉଛି । ରାସ୍ତାକଡ଼ରେ ହାତୀ ଠିଆ ହୋଇ ରହିବାକୁ ନେଇ ପଥଚାରୀ ଭୟଭୀତ ହୋଇ ପଡ଼ୁଛନ୍ତି । ବନ ବିଭାଗ ଡ଼େରା ପକାଇ ହାତୀ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି । ଦନ୍ତାର ଉପଦ୍ରବ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି । ବନ ବିଭାଗ କର୍ମଚାରୀମାନେ ହାତୀଟିର ଗତିବିଧି ଉପରେ ନଜର ରଖିବା ସହ ଏହାକୁ ପୁଣି ଜଙ୍ଗଲ ମୁହାଁ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି । ଲୋକମାନଙ୍କୁ ସତର୍କ ରହିବା ଓ ରାତିରେ ଅନାବଶ୍ୟକ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

