ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି

Date:

Share post:

ଉମରକୋଟ, (୨୨/୦୬) : ଆପ୍ର : ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ଚିକିତ୍ସାଳୟର ଜଣେ ଡାକ୍ତରଙ୍କ ବିରୋଧରେ ଆସିଛି ଏପରି ସଂଗୀନ ଅଭିଯୋଗ । ସୁଖୀଗାଁ ପଂଚାୟତ ଗାବରୀଗୁଡାର ଧନମତି ସାନ୍ତା ଗତ ଏପ୍ରିଲ ୨ରେ ଜିଲ୍ଲା ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ଚିକିତ୍ସାଳୟରେ ପ୍ରସବ ପରେ ତାଙ୍କ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି ଧନମନ୍ତି ଓ ତାଙ୍କ ସ୍ବାମୀ କମଳ ସାନ୍ତା । ଡାକ୍ତର ଅସ୍ତ୍ରପ୍ରଚାର କରି ଶିଶୁପୁତ୍ର ଜନ୍ମ ହୋଇଛି ବୋଲି ଧନମତିକୁ ଜଣାଇଥିଲେ ।

ପରେ ଶିଶୁଟିକୁ ନେଇଯାଇଥିଲେ ବୋଲି ପ୍ରସୂତି ଜଣଙ୍କ କହିଛନ୍ତି । ଏହାପରେ ସ୍ୱାମୀ କମଳାଙ୍କ ପାଖରୁ ଏକ କାଗଜରେ ଦସ୍ତଖତ ନେଇ ଆମ୍ବୁଲାନ୍ସରେ କୋରାପୁଟ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଇ ଦେଇଥିଲେ । ଅନ୍ୟପଟେ କୋରାପୁଟରୁ ଫେରିବା ପରେ ଶିଶୁ ପୁତ୍ରର ମୃତ୍ୟୁ ହେଇଛି ବୋଲି କହିଥିଲେ ଡାକ୍ତର କହିଥିଲେ । କିନ୍ତୁ ଶିଶୁର ମୃତ ଶରୀର ଦେଇନଥିଲେ।ଚିକିତ୍ସାଳୟର ଡାକ୍ତରଙ୍କ ବିରୋଧରେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ। ଘଟଣାକୁ ନେଇ ପୋଲିସ ଅଭିଯୋଗ ଗ୍ରହଣ କରି ତଦନ୍ତ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

୧୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ୍, ୨ ଗିରଫ

କଟକ, (୨୨/୦୬) : ଆପ୍ର : ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ୍ କରିଛି ଜିଲ୍ଲା ଅବକାରୀ...

କେନ୍ଦୁଝରରେ ଦନ୍ତା ଆତଙ୍କ, ହାତୀ ଚଳପ୍ରଚଳ କରିବାକୁ ନେଇ ଲୋକେ ଛାନିଆ

ବାଂଶପାଳ, (୨୨/୦୬) : ଆପ୍ର : କେନ୍ଦୁଝରରେ ଦନ୍ତା ଆତଙ୍କ । ଶୁଆକାଟୀ OMC ଖଣି ବାଇପାସ୍ ରାସ୍ତାରେ ହାତୀ ଚଳପ୍ରଚଳ କରିବାକୁ ନେଇ...

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କ ନାଁ’ରେ ମାମଲା ରୁଜୁ

ବ୍ରହ୍ମପୁର, (୨୨/୦୬) : ଆପ୍ର : ଗଞ୍ଜାମ ଗୋଳନ୍ଥରା ଥାନା ଗାନ୍ଧୀ କଲେଜରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁ'ରେ...

ଜୁନ୍ ୨୫ରୁ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, ୨୮ ତାରିଖ ଯାଏଁ ଚାଲିବ

ଭୁବନେଶ୍ୱର, (୨୨/୦୬) : ଆପ୍ର : ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ । ଜୁନ୍ ୨୫ ତାରିଖରୁ ଆରମ୍ଭ...