ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କ ନାଁ’ରେ ମାମଲା ରୁଜୁ

Date:

Share post:

ବ୍ରହ୍ମପୁର, (୨୨/୦୬) : ଆପ୍ର : ଗଞ୍ଜାମ ଗୋଳନ୍ଥରା ଥାନା ଗାନ୍ଧୀ କଲେଜରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁ’ରେ ମାମଲା ରୁଜୁ

ମୃତ ଛାତ୍ରୀ ସ୍ମୃତିଙ୍କ ପୁରୁଷ ବନ୍ଧୁ ବିଶ୍ବଜିତ ଜେନାଙ୍କ ନାଁ’ରେ ଗୋଳନ୍ଥରା ଥାନାରେ ମାମଲା ରୁଜୁ ହୋଇଛି । ବିଏନଏସ ୧୦୮ ଧାରାରେ ଆତ୍ମହତ୍ୟା ନିମନ୍ତେ ଉସୁକାଇବାକୁ ନେଇ ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ, ବିଶ୍ବଜିତ ଦୀର୍ଘ ୪ ବର୍ଷ ହେଲା ଛାତ୍ରୀ ଜଣଙ୍କୁ ଭଲ ପାଉଥିଲେ । ବିଶ୍ବଜିତ ମଧ୍ୟ ସେହି କଲେଜରେ ବିସିଏ ଶେଷ ବର୍ଷରେ ପାଠ ପଢୁଥିଲେ । ଏହି ମାମଲାରେ ସ୍ମୃତିଙ୍କ ଲାପଟପ୍, ମୋବାଇଲ ଫୋନ, ହଷ୍ଟେଲ ସିସିଟିଭି କ୍ୟାମେରାର ଫୁଟେଜକୁ ଜବତ କରିଛି ପୋଲିସ । ସ୍ମୃତିଙ୍କ ମାମୁଙ୍କ ଅଭିଯୋଗ କ୍ରମେ ହୋଇଛି ମାମଲା ।

LEAVE A REPLY

Please enter your comment!
Please enter your name here

spot_img

Related articles

୧୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ୍, ୨ ଗିରଫ

କଟକ, (୨୨/୦୬) : ଆପ୍ର : ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ୍ କରିଛି ଜିଲ୍ଲା ଅବକାରୀ...

ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି

ଉମରକୋଟ, (୨୨/୦୬) : ଆପ୍ର : ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି । ନବରଙ୍ଗପୁର ଜିଲ୍ଲା ଉମରକୋଟ...

କେନ୍ଦୁଝରରେ ଦନ୍ତା ଆତଙ୍କ, ହାତୀ ଚଳପ୍ରଚଳ କରିବାକୁ ନେଇ ଲୋକେ ଛାନିଆ

ବାଂଶପାଳ, (୨୨/୦୬) : ଆପ୍ର : କେନ୍ଦୁଝରରେ ଦନ୍ତା ଆତଙ୍କ । ଶୁଆକାଟୀ OMC ଖଣି ବାଇପାସ୍ ରାସ୍ତାରେ ହାତୀ ଚଳପ୍ରଚଳ କରିବାକୁ ନେଇ...

ଜୁନ୍ ୨୫ରୁ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, ୨୮ ତାରିଖ ଯାଏଁ ଚାଲିବ

ଭୁବନେଶ୍ୱର, (୨୨/୦୬) : ଆପ୍ର : ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ । ଜୁନ୍ ୨୫ ତାରିଖରୁ ଆରମ୍ଭ...