ବାଂଶପାଳ, (୧୯/୦୬) : ଆପ୍ର : ପଥରରେ ଛେଚି ହତ୍ୟା ସନ୍ଦେହ । କେନ୍ଦୁଝର ଜିଲ୍ଲା ସଦର ଥାନା ଆମୁଣି ଭରାଳି ସାହିର ଶ୍ରୀକାନ୍ତ ମହାକୁଡ଼ଙ୍କୁ ଦୁର୍ବୃତ୍ତଙ୍କ ହତ୍ୟା ଅଭିଯୋଗ ।
ଆଜି ସକାଳୁ ଗାଁ ପୋଖରୀକୁ ଶୌଚ ହେବାକୁ ଆସିଥିବା ବେଳେ ଘଟିଛି ଘଟଣା । ସଦର ଥାନା ବାଂଶପାଳ ବ୍ଲକ ଉପରରାଇଗୋଡ଼ା ପଞ୍ଚାୟତ ଆମୁଣି ଗାଁ’ରେ ଘଟଣା ଘଟିଛି । ସୂଚନା ଅନୁସାରେ ଶ୍ରୀକାନ୍ତ ସକାଳୁ ଶୌଚ ହେବାକୁ ଗାଁ ପୋଖରୀକୁ ଆସିଥିଲେ । ପରେ ତାଙ୍କ ମୃତଦେହ ପୋଖରୀ ନିକଟରେ ପଡ଼ିଥିବା ଲୋକେ ଦେଖିଥିଲେ । କିଛିଦିନ ହେଲା ଜମିବାଡ଼ିକୁ ନେଇ ଗାଁର ଜଣେ ଯୁବକଙ୍କ ସହ ଶ୍ରୀକାନ୍ତଙ୍କ ବିବାଦ ଲାଗି ରହିଥିଲା । ଏହାକୁ ନେଇ ଯୁବକ ଜଣକ ଶ୍ରୀକାନ୍ତଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ । ସେହି ଯୁବକ ହିଁ ଶ୍ରୀକାନ୍ତଙ୍କୁ ହତ୍ୟା କରିଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିନି କରୁଛି । ହତ୍ୟାକାଣ୍ଡକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

