ସୁନ୍ଦରଗଡ଼, (୦୯/୦୭) : ଆପ୍ର : ସୁନ୍ଦରଗଡ଼ କୁତ୍ରାରେ ଫୁଟିଲା ଗୁଳି । ଏକ ପଥର ବୋଝେଇ ଟ୍ରକ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରି ଦୁର୍ବୃତ୍ତ ଫେରାର ।
ସୌଭାଗ୍ୟବଶତଃ ଗୁଳିମାଡ଼ରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ଖତକୁର ବାହାଲରୁ ପଥର ବୋଝେଇ ଟ୍ରକ ନେଇ ଡ୍ରାଇଭର ବନାରସି ଓରାମ (୨୩) ଆଜି ଭୋର ସକାଳୁ ଯାଉଥିଲେ । ଲିଟିବେଡା ଛକ ନିକଟର ଏକ ନିଛାଟିଆ ସ୍ଥାନରେ ଦୁଇଟି ବାଇକରେ ଆସିଥିବା ଚାରିଜଣ ଦୁର୍ବୁତ୍ତ ଟ୍ରକକୁ ଅଟକାଇ ଆନ୍ଧାଧୁନ ଭାବେ ଗୁଳି ଚଳାଇଥିଲେ । ଦୁର୍ବୁତ୍ତମାନେ ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ସୌଭାଗ୍ୟବଶତଃ ଏହି ଗୁଳିମାଡ଼ରେ ଡ୍ରାଇଭର ବନାରସି ଓରାମଙ୍କର କୌଣସି କ୍ଷତି ହୋଇନାହିଁ ଏବଂ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇ କୁତ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍କୁ ମଧ୍ୟ ଖବର ଦିଆଯାଇଛି । ଘଟଣାର ପଛରେ କେଉଁ କାରଣ ରହିଛି, ସେନେଇ ପୋଲିସ ତଦନ୍ତ ଚଳାଇଛି ।

