କଟକ, (୦୯/୦୭) : ଆପ୍ର : ଆସନ୍ତାକାଲି ମୁଣ୍ଡଳୀରେ ପହଞ୍ଚିବ ବନ୍ୟାଜଳ । ହୀରାକୁଦ ଗେଟ୍ ଖୋଲିବା ପରେ ସକାଳରୁ ମଧ୍ୟାହ୍ନ ସମୟ ଭିତରେ ବନ୍ୟା ଜଳ ପହଞ୍ଚିବ ।
ଆଜି ସକାଳ ୧୦ଟା ସୁଦ୍ଧା ମୁଣ୍ଡଳୀରେ ୨ଲକ୍ଷ ୩୨ହଜାର ୩୮୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଅଫ ଷ୍ଟ୍ରିମ ୮୨.୧୦ ଥିବାବେଳେ ଡାଉନ ଷ୍ଟ୍ରିମ ୭୯. ୮୦ ରହିଛି । ଡାଉନ ଷ୍ଟ୍ରିମର ବିପଦ ସଙ୍କେତ ୯୫.୨୫ ରହିଛି । ବର୍ତ୍ତମା ସୁଦ୍ଧା ମୁଣ୍ଡଳୀରେ ୧୦ଟି ଗେଟରୁ ୮ଟି ଗେଟ୍ ଦେଇ ପାଣି ପ୍ରବାହିତ ହେଉଛି । ମହାନଦୀକୁ ଓହ୍ଲାଇବା ମନା, ସେଲ୍ ଫି, ଭିଡିଓ ସୁଟିଂରେ କଟକଣା, ବାଲିଘାଟ ବନ୍ଦ ଆଦି କଟକଣା ଜାରି କରାଯାଇଛି ।
ସେପଟେ ହୀରାକୁଦରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ । ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ଖୋଲିଲା ୪ଟି ଗେଟ । ବାମ ପାର୍ଶ୍ବରେ ୩ଟ ଓ ଡାହାଣ ପାର୍ଶ୍ବରେ ଗୋଟିଏ ଗେଟ୍ ଖୋଲାଯାଇଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୪.୬୫ ଫୁଟ ରହିଛି । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୬୪ ହଜାର ୦୦୯ କ୍ୟୁସେକ ଜଳ । ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ମହାନଦୀ ଅବବାହିକାର ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ।

