ସୁନ୍ଦରଗଡ଼ରେ ଲଜ୍ଜା; ମଧ୍ୟରାତ୍ରୀରେ ନାବାଳିକାଙ୍କୁ ଟେକିନେଇ ଦୁଷ୍କର୍ମ ଅଭିଯୋଗରେ ୨ ଗିରଫ

Date:

Share post:

ସୁନ୍ଦରଗଡ଼, (୦୧/୦୬) : ଆପ୍ର : ସୁନ୍ଦରଗଡ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଲହୁଣୀପଡ଼ା ଥାନା ଅଞ୍ଚଳର ବଡ଼ପୁରୁଣାପାଣି ଗାଁ’ରେ ଜଣେ ନାବାଳିକାଙ୍କୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରିଛି

ସୂଚନା ଅନୁଯାୟୀ, ଗତ ମେ’ ୨୮ ତାରିଖ ବିଳମ୍ବିତ ରାତିରେ ଦୁଇ ନାବାଳିକା ଘର ବାହାରକୁ ଯାଇଥିଲେ । ସେହି ସମୟରେ ଗାଁ’ର ଅଜୟ ମୁଣ୍ଡାରୀ (୨୫) ଓ ତନ୍ମୟ ମୁଣ୍ଡା (୨୭) ସେମାନଙ୍କୁ ରାସ୍ତାରେ ଅଟକାଇଥିଲେ । ଏହା ପରେ ଜଣେ ନାବାଳିକା କୌଶଳକ୍ରମେ ସେଠାରୁ ଖସି ପଳାଇ ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଜୋରଜବରଦସ୍ତି ନିକଟସ୍ଥ ଏକ ବନ୍ଦ ସ୍କୁଲକୁ ନେଇ ଯାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପରଦିନ ପୀଡ଼ିତାଙ୍କ ଭଉଣୀ ଓ ଭିଣୋଇ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଜାଣିଥିଲେ। ଏହାପରେ ପରିବାର ଲୋକେ ଲହୁଣୀପଡ଼ା ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ ପ୍ରଥମେ ଅଜୟ ମୁଣ୍ଡାରୀଙ୍କୁ ଅଟକ ରଖିଥିଲା । ପରେ ତନ୍ମୟ ମୁଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଉଭୟ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ସୁନ୍ଦରଗଡ଼ ପୋକ୍ସୋ ଅଦାଲତରେ ହାଜର କରାଯାଇଛି । ପୋଲିସ କହିଛି, ଘଟଣାର ତଦନ୍ତ ଜାରି ରହିଛି ଏବଂ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି

ଉମରକୋଟ, (୨୨/୦୬) : ଆପ୍ର : ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଦମ୍ପତି । ନବରଙ୍ଗପୁର ଜିଲ୍ଲା ଉମରକୋଟ...

କେନ୍ଦୁଝରରେ ଦନ୍ତା ଆତଙ୍କ, ହାତୀ ଚଳପ୍ରଚଳ କରିବାକୁ ନେଇ ଲୋକେ ଛାନିଆ

ବାଂଶପାଳ, (୨୨/୦୬) : ଆପ୍ର : କେନ୍ଦୁଝରରେ ଦନ୍ତା ଆତଙ୍କ । ଶୁଆକାଟୀ OMC ଖଣି ବାଇପାସ୍ ରାସ୍ତାରେ ହାତୀ ଚଳପ୍ରଚଳ କରିବାକୁ ନେଇ...

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁଙ୍କ ନାଁ’ରେ ମାମଲା ରୁଜୁ

ବ୍ରହ୍ମପୁର, (୨୨/୦୬) : ଆପ୍ର : ଗଞ୍ଜାମ ଗୋଳନ୍ଥରା ଥାନା ଗାନ୍ଧୀ କଲେଜରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁ'ରେ...

ଜୁନ୍ ୨୫ରୁ ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ, ୨୮ ତାରିଖ ଯାଏଁ ଚାଲିବ

ଭୁବନେଶ୍ୱର, (୨୨/୦୬) : ଆପ୍ର : ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ତୃତୀୟ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ । ଜୁନ୍ ୨୫ ତାରିଖରୁ ଆରମ୍ଭ...