ସୁବର୍ଣ୍ଣପୁର, (୦୮/୦୯) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ର ବିନିକା – ସିଲାଟି ରାସ୍ତାରେ ଏକ କ୍ରେଟା ଗାଡ଼ିରେ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ବିନିକା ପୁଲିସ ଖବର ପାଇ ଗାଡିକୁ ପିଛା କରି ଉକ୍ତ ରାସ୍ତାର ପିତେଇପାଲି ଛକରେ ଓଡି ୨୩ ଇ ୮୦୨୨ କ୍ରେଟା ଗାଡିକୁ ଅଟକାଇଥିଲେ ।
ଗାଡ଼ିରୁ ୨୯ କେଜି ଗଞ୍ଜେଇ, ୨ ଟି ମୋବାଇଲ ଫୋନ ଜବତ କରିବା ସହ ଜଣେ ପୁରୁଷ ଓ ଜଣେ ମହିଳା କୁ ଗିରଫ କରିଛନ୍ତି । ଗିରଫ ପୁରୁଷ ଜଣକ ବିହାର ରାଜ୍ୟ ଭାଗଲପୁର ଥାନା ଡ଼ାମୁନିଆ ଗାଁ ର ଗୋପୀ କୁମାର (୩୨) ଏବଂ ମହିଳା ଜଣକ ଏହି ଜିଲ୍ଲା ବିନିକା ଥାନା ମହାଦେବାପାଲି ଫାଣ୍ଡି ପଧାନପାଲି ଗାଁ ର ସୁଷମା ତୁରା (୪୦) । ଏହି ଚଢ଼ାଉରେ ବିନିକା ଥାନା ଅଧିକାରୀ ଅନିତା କିଡୋ , ଏସ. ଆଇ ପ୍ରଭାତୀ ଦାଶ, ଏ. ଏସ. ଆଇ ତ୍ରିନାଥ ସାହୁ ସମେତ ପୁଲିସ କର୍ମଚାରୀମାନେ ସାମିଲ ଥିଲେ ।

