Homelocalବଡ଼ମାଲ ଗୋଳାବାରୁଦ କାରଖାନାରେ ରକ୍ତଦାନ ଶିବିର

ବଡ଼ମାଲ ଗୋଳାବାରୁଦ କାରଖାନାରେ ରକ୍ତଦାନ ଶିବିର

ସଇଁତଲା, (୦୮/୦୯) : ଆପ୍ର : କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବଡ଼ମାଲ ଗୋଲାବାରୁଦ କାରଖାନା ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।

ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ଉଦାହରଣ ସୃଷ୍ଟି କରି ଏହି ଶିବିରରେ କାରଖାନାର ବହୁ କର୍ମଚାରୀ ଉତ୍ସାହର ସହ ରକ୍ତଦାନ କରିଥିଲେ । ବିଶେଷକରି କାରଖାନାର ମହିଳା କର୍ମଚାରୀମାନେ ମଧ୍ୟ ଆଗକୁ ଆସି ରକ୍ତଦାନ କରି ଅନ୍ୟମାନଙ୍କୁ ପ୍ରେରଣା ଦେଇଥିଲେ । ରକ୍ତଦାନ ଭଳି ମହତ୍‌ କାର୍ୟ୍ୟ ଦ୍ୱାରା ଅନେକ ଆବଶ୍ୟକତାବୋଧ କରୁଥିବା ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା । ଏହି ଅବସରରେ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ବିଭୂତି ଭୂଷଣ ପଟେଲ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତଦାନ କରିଥିବା ସମସ୍ତ କର୍ମଚାରୀ ଓ ମହିଳାମାନଙ୍କୁ ସେ ପ୍ରଶଂସା କରିବା ସହ ସମାଜ ପାଇଁ ଏଭଳି ମହତ୍‌ କାର୍ୟ୍ୟ ଆଗକୁ ମଧ୍ୟ ଜାରି ରହିବା ଆବଶ୍ୟକ ବୋଲି କହିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments