ଅନୁଗୁଳ, (୧୮/୦୬) : ଆପ୍ର : ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଅଟୋକୁ ପିଟିଲା କାର। ଜରପଡା ଥାନା ଅନ୍ତର୍ଗତ ବିମଳବେଡା ପାଖରେ ଟେମ୍ପୋକୁ ପଛରୁ ପିଟିଲା କାର୍ ।
୩ ଗୁରୁତରଙ୍କୁ କଟକ ସ୍ଥାନାନ୍ତର ଓ ୬ ଜଣ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ଟେମ୍ପୋରେ ଦୁଇଟି ପରିବାର ଉଭୟ ମହିଳା ଓ ଛୋଟ ପିଲାଙ୍କୁ ମିଶାଇ ୯ ଜଣ ପ୍ରତିମା ପ୍ରଧାନ (୩୫),ନିଲେସ୍ ସାହୁ (୧୫) ,କୁନା ସାହୁ ଓଟୋ ଡ୍ରାଇଭର,ଶିତଲ ପ୍ରଧାନ (୧୪),ଓମ୍ ପ୍ରଧାନ (୯),ସୁଭଦ୍ରା ସ୍ବାଇଁ ,ସାଇସା ସାହୁ (୪),ଲିଲାସ୍ ସାହୁ (୩୬),ଅରପିତା ସାହୁ , କଞ୍ଜା ଗ୍ରାମରୁ ଓଗି ଗ୍ରାମକୁ ନଣନ୍ଦ ପ୍ରତିଭା ପ୍ରଧାନ ଙ୍କୁ ଛାଡ଼ିବା ପାଇଁ ଏକ ଅଟୋ ରେ ଯାଉଥିଲେ ।
ପଛରୁ କାରଟି ଦ୍ରୁତ ଗତିରେ ଆସି ଅଟୋକୁ ପଛପାଖକୁ ପିଟିବା ପରେ ଉଭୟ କାର ଓ ଅଟୋ ରାସ୍ତା ପାର୍ଶ୍ଵରେ ଓଲଟି ପଡ଼ିଥିଲା । ସେଠାରେ ଥିବା ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେଥି ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଉଭୟ ଗାଡ଼ି କୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

