ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ

Date:

Share post:

ଅନୁଗୁଳ, (୧୬/୦୬) : ଆପ୍ର : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ନନ୍ଦପୁର ଛକ ଠାରେ ଯୁବକ ଙ୍କୁ ଗୋଡାଇ ଗୋଡାଇ ହାଣିଲେ ଛଅ ଦୁର୍ବୁତ୍ତ ।

ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହେଲେ ଯୁବକ । ଗୁରୁତର ଯୁବକ ଜଣଙ୍କ ହେଲେ ନନ୍ଦପୁର ପଞ୍ଚାୟତ ମଧୁପୁର ଗାଁ ର ସଂଜୟ ସିଂ ଙ୍କ ପୁଅ ସୁଜିତ ସିଂ (୨୭) । ସୂଚନା ଯେ, ଆଜି ସନ୍ଧ୍ୟା ସମୟରେ ସୁଜିତ ଙ୍କ ଭାଇ ଗାଡି ସହ ସେହି ଅଞ୍ଚଳର ଏକ ଗାଡି ଧକ୍କା ହୋଇଥିଲା । ଏହି ଦଶକରେ କାହାର କୌଣସି କ୍ଷୟକ୍ଷତି ହୋଇ ନଥିଲା। ସୁଜିତ ଏବଂ ତାଙ୍କ ଭାଇ ଗାଡି ସହ ଧକ୍କା ହୋଇଥିବା ଅନ୍ୟ ଗାଡି ଚାଳକ କୁ ଡାକି ଘଟଣା ର ସମାଧାନ କରିବା ପାଇଁ ନନ୍ଦପୁର ଛକ କୁ ଡାକି ଥିଲେ । କିନ୍ତୁ ଅନ୍ୟ ଗାଡି ଚାଳକ ୬ ଦୁର୍ବୁତ୍ତ ଙ୍କୁ ଡାକି ହଠାତ୍ ସୁଜିତ ଙ୍କ ଉପରକୁ ଭୁଜାଲି ଏବଂ ଚାପଡା ରେ ମରଣାନ୍ତକ ଆକ୍ରମଣ କରି ପଳାଇ ଯାଇଥିଲେ । ନିକଟରେ ଥିବା ଅନ୍ୟ ଭାଇ ମାନେ ଗୁରୁତର ଅବସ୍ଥାରେ ସୁଜିତ ଙ୍କୁ ଉଦ୍ଧାର କରି ଏକ କାର ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ପିଠି, ପେଟ, ଡାହାଣ ହାତ ଏବଂ ବାମ ଗୋଡ଼ ରେ ଗଭୀର ଆଘାତ ଲାଗିଛି । ଏ ଘଟଣା ନେଇ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିବାକୁ ପରିବାର ଲୋକେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

spot_img

Related articles

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୪ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼, (୧୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଘଟଣାରେ ପାଟଣାଗଡ଼ ପୋଲିସ...

ସୁନ୍ଦରଗଡ଼ରେ ଭୟଙ୍କର ଟ୍ରେଲର ଧକ୍କା, ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼, (୧୬/୦୬) : ଆପ୍ର : ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ...

ଦିଘାରୁ ହଟିଲା ‘ଧାମ’ ଶବ୍ଦ: ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ଗଣସମ୍ବର୍ଦ୍ଧନା

ଭୁବନେଶ୍ୱର, (୧୬/୦୬) : ଆପ୍ର : ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ଦୃଢ଼ ପଦକ୍ଷେପ...

ପାରିବାରିକ କଳହରୁ କୀଟନାଶକ ଖାଇ ଆତ୍ମହତ୍ୟା

ପାଟଣା, (୧୬/୦୬) : ଆପ୍ର : ଘଟଗାଁ ଥାନା ଢେଙ୍କିକୋଟ ପୁଲିସ ଅଞ୍ଚଳ ଛତିଆ ଗ୍ରାମର ଘନଶ୍ୟାମ ମୁଣ୍ଡା(୩୦)କୀଟନାଶକ ଖାଇ ମୃତ୍ୟୁବରଣ କରିଛନ୍ତି । ଘନଶ୍ୟାମଙ୍କ...