ନୟାଗଡ, (୨୦/୦୮) : ଆପ୍ର : ବିଲ ମଧ୍ୟରୁ ଯୁବକଙ୍କ ମୃତ ଦେହ ଉଦ୍ଧାର । ବାଇକ ଦୁର୍ଘଟଣାରେ ଯୁବକ ମୃତ୍ୟୁ ହୋଇଥିବା ପୋଲିସର ତଦନ୍ତ ଆରମ୍ଭ ।
ନୟାଗଡ ଜ଼ିଲ୍ଲା ସରଣକୁଳ ଥାନା ଗୋତିସାହି – ବାଉଁଶିଆ ରାସ୍ତାରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ଯୁବକ ହେଉଛନ୍ତି ଇଟାମାଟି ଥାନା ବାଉଁଶିଆପଡା ଗାଁ’ର ନିରଞ୍ଜନ ବାରିକ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସରଣକୁଳ ଥାନାକୁ ଖବର ଦେଇଥିଲେ । ସରଣକୁଳ ଥାନା ପୋଲିସ ଆସି ମୃତଦେହକୁ ଜବତ କରିଥିଲେ । ପରେ ଶବ ବ୍ୟବଛେଦ ନିମନ୍ତେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ମୃତ ଦେହ ପାଖରେ ଏକ ବାଇକ ପଡିଥିଲା । ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ବାଇକ ଦୁର୍ଘଟଣାରେ ଯୁବକ ମୃତ୍ୟୁ ହୋଇଛି । ବାଇକରେ ଆସୁଥିବା ସମୟରେ ଗଛକୁ ଧକ୍କା ଦେଇ ଦୁର୍ଘଟଣା ଘଟାଇଛନ୍ତି ।

