Homelocalବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନିଶାମୁକ୍ତ ସଚେତନତା, ଛାତ୍ରୀମାନେ କଲେ କ୍ଷୁଦ୍ର ନାଟକ ପରିବେଷଣ

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନିଶାମୁକ୍ତ ସଚେତନତା, ଛାତ୍ରୀମାନେ କଲେ କ୍ଷୁଦ୍ର ନାଟକ ପରିବେଷଣ

ଖୋର୍ଦ୍ଧା, (୨୦/୦୮) : ଆପ୍ର : ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନିଶାମୁକ୍ତ ସଚେତନତା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଆନୁକୂଲ୍ୟରେ ଚମ୍ପାଗଡ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସଚେତନତା ଓ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି ।

ନିଶା ସେବନ କରିବା ଦ୍ୱାରା ଯୁବ ପିଢୀଙ୍କ ମଧରେ ହିଂସା ଆଚରଣ ବୃଦ୍ଧି ପାଉଛି । ଏହାଦ୍ୱାରା ସାମାଜିକ ଆଇନ ଶୃଙ୍ଖଳା ନଷ୍ଟ ହେବାସହ ସୁସ୍ଥ ସମାଜ ଗଠନ ହୋଇପାରିବ ନାହିଁ । ଅତିଥି ଭାବେ ଯୋଗ ଦେଇ ଥିବା ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ସଭାପତି ନାରାୟଣ ମହାପାତ୍ର, ସଂପାଦକ ବିଜୟ କୁମାର ରାଉତ, ଉପଦେଷ୍ଟା ବାଳକୃଷ୍ନ ମିଶ୍ର, ରଘୁନାଥ ସାହୁ, ସହ ସଂପାଦକ ରବିନ୍ଦ୍ର କୁମାର ନାୟକ, ସିଆରସିସି ପବିତ୍ର କୁମାର ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ନିଶାଦ୍ରବ୍ୟ ସେବନ ନକରିବା ଏବଂ ଅନ୍ୟମାନଙ୍କୁ ସଚେତନ କରି ସୁସ୍ଥ ସମାଜ ଗଠନରେ ସାମିଲ ହେବା ପାଇଁ ସଂପାଦକ ଶ୍ରୀ ରାଉତ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ନିଶାର ପରିଣାମ ସଂପର୍କରେ ଛାତ୍ରୀମାନେ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ । ଏହି ଅବସରରେ ଦଶମ ଶ୍ରେଣୀର ମେଧାବୀ ଛାତ୍ର ଓମ୍ ପ୍ରିୟବ୍ରତ ପାଇକରାୟଙ୍କୁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ଟେଷ୍ଟ ପେପର୍ ସେଟ ପ୍ରଦାନ କରାଯାଇଥିଲା । ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ଗୌଡ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments