Homelocalହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ଘଟଗାଁ, (୨୦/୦୮) : ଆପ୍ର : କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ବଡମହୁଲଡିହା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ଆହତ ବ୍ୟକ୍ତି ହେଲେ ଗ୍ରାମର ବିଡିଓ ନାଏକ । ସୂଚନା ଅନୁଯାୟୀ, ବଡମହୁଲଡିହା ଗ୍ରାମ ନିକଟରେ ପ୍ରାୟ ୨୦ଟି ହାତୀଙ୍କୁ ନେଇ ଏକ ହାତୀପଲ ଡେରା ପକାଇଥିଲା । ଏହି ସମୟରେ ହାତୀପଲ ବିଡିଓ ନାଏକଙ୍କ ଧାନ କ୍ଷେତକୁ ପଶି ଆସିଥିଲେ। ହାତୀପଲକୁ ଘଉଡ଼ାଇବା ସମୟରେ ଏକ ହାତୀ ତାଙ୍କୁ ଶୁଣ୍ଢରେ ଆକ୍ରମଣ କରିଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଘଟଣା ସ୍ଥଳରେ ଥିବା ବନବିଭାଗ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଘଟଣା ପରେ ବନବିଭାଗ ପକ୍ଷରୁ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments