Homelocalଆଜିଠାରୁ ଆରମ୍ଭ ପ୍ରସିଦ୍ଧ ଭଦ୍ରକର ଐତିହାସିକ କାଳୀପୂଜା, ରଙ୍ଗବେରଙ୍ଗର ଆଲୋକସଜ୍ଜାରେ ସଜେଇ ହୋଇଛି ସାରା ସହର

ଆଜିଠାରୁ ଆରମ୍ଭ ପ୍ରସିଦ୍ଧ ଭଦ୍ରକର ଐତିହାସିକ କାଳୀପୂଜା, ରଙ୍ଗବେରଙ୍ଗର ଆଲୋକସଜ୍ଜାରେ ସଜେଇ ହୋଇଛି ସାରା ସହର

ଭଦ୍ରକ, (୦୮/୧୧) : ଆପ୍ର : ଆଜିଠାରୁ ଆରମ୍ଭ ହେବ ଐତିହାସିକ କାଳୀପୂଜା । ଭଦ୍ରକ କାଳୀପୂଜା ଓଡ଼ିଶା ତଥା ଦେଶରେ ବେଶ୍ ପ୍ରସିଦ୍ଧ ।

ମା’ ଭଦ୍ରକାଳୀଙ୍କ ପୀଠ ଓ ସପ୍ତମାତୃକା ବେଶ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ମା’ଙ୍କର ଦୁର୍ଲଭ ‘ସପ୍ତମାତୃକା ବେଶ’ ଅନୁଷ୍ଠିତ ହୋଇଥାଏ, ଯାହା ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମେ । ଆଜି ପ୍ରଥମ ଦିନରେ ବେଦମାତା ବେଶ୍ ରେ ଦର୍ଶନ ଦେଉଛନ୍ତି ମା ଭଦ୍ରକାଳୀ । ଆଜି ମା ଭଦ୍ରକାଳୀ ହାତ ରେ ବେଦ, ଜପାମାଳି, ଗଦା ଓ ପଦ୍ମ ଧାରଣ କରିଛନ୍ତି । ଆଜି ର ବେଶ୍ ଦର୍ଶନ କଲେ ସକଳ ଜ୍ଞାନ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ସାଳନ୍ଦୀ ନଦୀ ରୁ କଳସ ଆସି ମା ଙ୍କ ପୀଠରେ ସ୍ଥାପନ ହେବା ପରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଆଜିର ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଭିଡ ଜମିଛି । ଭଦ୍ରକ ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ବଡ଼ ବଡ଼ ପୂଜାମଣ୍ଡପରେ ଆକର୍ଷଣୀୟ ମୂର୍ତ୍ତି, ବିଶାଳ ତୋରଣ ଏବଂ ରଙ୍ଗବେରଙ୍ଗର ଆଲୋକସଜ୍ଜା କରାଯାଇଛି । କାଳୀପୂଜା ଅବସରରେ ଭଦ୍ରକ ସହରରେ ବିଭିନ୍ନ ଅପେରା, ମହାଯଜ୍ଞ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments