Homebreaking newsଅମ୍ବାଦୋଳାରେ ଚାଞ୍ଚଲ୍ୟ: ପୋଲିସ ଏସ୍‌ଆଇଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ୱାର୍ଟରରୁ ମିଳିଲା ଝୁଲନ୍ତା ମୃତଦେହ

ଅମ୍ବାଦୋଳାରେ ଚାଞ୍ଚଲ୍ୟ: ପୋଲିସ ଏସ୍‌ଆଇଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ୱାର୍ଟରରୁ ମିଳିଲା ଝୁଲନ୍ତା ମୃତଦେହ

ମୁନିଗୁଡ଼ା, (୦୮/୧୧) : ଆପ୍ର : ରାୟଗଡ଼ା ଜିଲ୍ଲାର ଅମ୍ବାଦୋଳା ଅଞ୍ଚଳରେ ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି ।

ଅମ୍ବାଦୋଳା ଥାନାରେ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ଭାବେ କାର୍ଯ୍ୟରତ ଅଶୋକ ପ୍ରଧାନଙ୍କ ମୃତଦେହ ତାଙ୍କ ସରକାରୀ କ୍ୱାର୍ଟରରୁ ଉଦ୍ଧାର କରାଯାଇଛି । ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ । ସୂଚନା ଅନୁସାରେ, ଅଶୋକ ପ୍ରଧାନ ନିଜ ପରିବାର ସହ ଅମ୍ବାଦୋଳାରେ ରହୁଥିଲେ। ଘଟଣା ଦିନ ସେ ନିୟମିତ ଭାବେ ଥାନାକୁ ଡ୍ୟୁଟି କରିବାକୁ ଆସିଥିଲେ । ତେବେ ପରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ସରକାରୀ କ୍ୱାର୍ଟରରୁ ମିଳିଥିବା ଜଣାପଡ଼ିଛି । ମୃତ୍ୟୁର କାରଣ ଅସ୍ପଷ୍ଟ, ତଦନ୍ତ ଆରମ୍ଭ, ଏସ୍‌ଆଇ ଅଶୋକ ପ୍ରଧାନଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେନେଇ ଏବେ ଅନେକ ପ୍ରଶ୍ନ ଉଠିଛି ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ମୃତ୍ୟୁ ପଛରେ କୌଣସି କାରଣ ରହିଛି କି ନାହିଁ ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହା ଜାଣିବାକୁ ତଦନ୍ତ ଜାରି ରହିଛି । ତଦନ୍ତ ଶେଷ ହେବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଜଣେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଏଭଳି ଅକାଳ ମୃତ୍ୟୁ ଘଟଣା ଅମ୍ବାଦୋଳା ସମେତ ସମଗ୍ର ଅଞ୍ଚଳରେ ଶୋକ ଓ ଆଲୋଡ଼ନ ସୃଷ୍ଟି କରିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments