ରାଇକିଆ, (୦୮/୧୧) : ଆପ୍ର : ରାଇକିଆ ପୋଲିସର ଦୁଇ ହୋମଗାର୍ଡ । ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଭୂସ୍ଖଳନ ଘଟି ଗ୍ରାମର ଯୋଗାଯୋଗ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାବେଳେ ଡାଙ୍ଗେସି ଗ୍ରାମରେ ଫସି ରହିଥିବା ୮୦ ବର୍ଷୀୟା ସୁମିତ୍ରା ପ୍ରଧାନ ଓ ତାଙ୍କ ପୁଅ ଦତ୍ତ ପ୍ରଧାନଙ୍କୁ ଦୁଇ ହୋମଗାର୍ଡ ସାହସିକତାର ସହ ଉଦ୍ଧାର କରିଛନ୍ତି ।
ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ଡାଙ୍ଗେସି ଅଞ୍ଚଳରେ ଭୂସ୍ଖଳନ ଘଟିଥିଲା । ଫଳରେ ଗ୍ରାମକୁ ଯାତାୟାତ କରିବା କଷ୍ଟକର ହୋଇପଡ଼ିଥିଲା । ଏଭଳି ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ରାଇକିଆ ପୋଲିସର ଦୁଇ ହୋମଗାର୍ଡ ଦୁର୍ଗମ ରାସ୍ତା ଅତିକ୍ରମ କରି ଡାଙ୍ଗେସି ଗ୍ରାମରେ ପହଞ୍ଚିଥିଲେ । ସେଠାରୁ ସେ ସୁମିତ୍ରା ପ୍ରଧାନଙ୍କୁ ନିଜ କାନ୍ଧରେ ବୋହି ପ୍ରାୟ ୪ କିଲୋମିଟର ଦୂର ସିକବାଡ଼ି ପର୍ଯ୍ୟନ୍ତ ଆଣି ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଥିଲେ । ତାଙ୍କ ପୁଅ ଦତ୍ତ ପ୍ରଧାନଙ୍କୁ ମଧ୍ୟ ଉଦ୍ଧାର କରିଥିଲେ । ଏହି ସାହସିକ ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା ଦୁଇ ହୋମଗାର୍ଡ ହେଲେ ସୁନୀଲ କୁମାର ପ୍ରଧାନ ଏବଂ ହେମନ୍ତ ଦିଗାଲ ।ଏହିପରିସ୍ଥିତିରେ ନିଜ ଜୀବନକୁ ଖାତିର ନକରି ଅସହାୟ ବୃଦ୍ଧାଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାରେ ସେମାନଙ୍କ ଭୂମିକା ବେଶ୍ ପ୍ରଶଂସନୀୟ । ଦୁଇ ହୋମଗାର୍ଡଙ୍କ ଏହି ସାହସିକତା, ସେବାକୁ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ରମେନ୍ଦ୍ର ପ୍ରସାଦ ସମ୍ମାନିତ କରିଛନ୍ତି ।
ବିପର୍ଯ୍ୟୟ ସମୟରେ ପୋଲିସ କେବଳ ଆଇନଶୃଙ୍ଖଳା ରକ୍ଷା ନୁହେଁ, ବରଂ ଅସହାୟ ଲୋକଙ୍କ ଜୀବନ ଓ ସୁରକ୍ଷା ପାଇଁ ମାନବିକତାର ସହ ଆଗେଇ ଆସେ, ତାହାର ଏକ ଉଦାହରଣ ପାଲଟିଛନ୍ତି ହୋମଗାର୍ଡ । ଦୁଇ ହୋମଗାର୍ଡଙ୍କ ସାହସ, ଓ ମାନବିକ ସେବାକୁ ରାଇକିଆ ଥାନା ଅଧିକାରୀ ଏ. ସ୍ୱର୍ଣ୍ଣଲତା ପାତ୍ର ଉଚ୍ଚ ପ୍ରଶଂସା କରିବା ସହ ଉଭୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ବିପର୍ଯ୍ୟୟ ସମୟରେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ ମାନବିକତାର ପରିଚୟ ଦେଇଥିବା ଏହି ଦୁଇ ହୋମଗାର୍ଡଙ୍କ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି।ସବୁ ଲୋକ ମାନେ ଏହି ପରି କର୍ଯ୍ୟ କୁ ନେଇ ଖୁସି ହୋଇ ଅଛନ୍ତି ।

