Homelocalଆନ୍ଧ୍ର ନିକଟରେ ଓଡିଶା ସରକାର ଵିକିଲା ମୁଣ୍ଡ

ଆନ୍ଧ୍ର ନିକଟରେ ଓଡିଶା ସରକାର ଵିକିଲା ମୁଣ୍ଡ

  • “ପାଣିଡଙ୍ଗର ଜଳ ପ୍ରକଳ୍ପ କରିବା ଦାବୀରେ ଗଣ ପ୍ରତିବାଦ” 

ଗୁଣୁପୁର, (୨୮/୮) : ଆପ୍ର : ଆଜି ସିପିଆଇ (ଏମଏଲ) ଲିବରେସନ ପକ୍ଷରୁ ବଂଶଧାରା ନଦୀ ଗୁଡାରୀର ପାଣି ଡଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବୀରେ ଶୁକ୍ରବାର ଦିନ ଗୁଣୁପୁର ନୁଆ ବସଷ୍ଟାଣ୍ଡ ଠାରେ ଏକ ଗଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ସରକାର

ଗତ ସରକାରଙ୍କ ବଂଶଧାରା ଓ ଋଷିକୁଲ୍ୟା ସଂଯୋଗୀ କରଣ ଯୋଜନାରେ ଗୁଡ଼ାରୀର ପାଣି ଡ଼ଙ୍ଗର ଠାରେ ଜଳ ପ୍ରକଳ୍ପ ନିର୍ମାଣ ପ୍ରସ୍ତାବକୁ ଭୋଟ ରାଜନୀତି ମନେକରି ଦୀର୍ଘ ୧୫ ବର୍ଷ ହେଲା ଦାବି କରାଯାଇଛି କିନ୍ତୁ କୌଣସି ସରକାର କର୍ଣ୍ଣପାତ କରୁ ନାହାଁନ୍ତି । ବଂଶଧାରା ପାଣିକୁ ନେଇ ବହୁ ଦିନର ବିବାଦ ଅନ୍ତ ଘଟିଛି । ଶେଷରେ ଆନ୍ଧ୍ରର କାଟ୍ରାଗାଡା ଠାରେ ୨ ପର୍ଯ୍ୟାୟ ପ୍ରକଳ୍ପକୁ ମାନ୍ୟବର ସୁପ୍ରିମକୋର୍ଟ ଟ୍ରିବୁନାଲ ଟିମ୍ ସବୁଜ ସଂକେତ ଦେଇଛନ୍ତି । ବିବାଦ ଭିତରେ ଆନ୍ଧ୍ର ସରକାର ବଂଶଧାରା ନଦୀର ପାଣିକୁ ସଦ୍ ବିନିଯୋଗ କରିବା ପାଇଁ ତାର ସମସ୍ତ କାର୍ଯ୍ୟ ଶେଷ କରିଛି ।

ଆମେ ଆନ୍ଧ୍ରର ପ୍ରକଳ୍ପକୁ ବିରୋଧ କରୁ ନାହୁଁ । ସରକାରଙ୍କ ପ୍ରସ୍ତାବିତ ଯୋଜନା ଉପରେ ଦାବୀ କରୁଛୁ । ବଂଶଧାରା ନଦୀ ଉପର ମୁଣ୍ଡ ଗୁଡ଼ାରୀ ପାଣି ଡ଼ଙ୍ଗର ଠାରେ ପ୍ରକଳ୍ପ କରାଗଲେ ରାୟଗଡା ଜିଲ୍ଲା ସମେତ ଗଞ୍ଜାମ ଗଜପତି ଓ ଆନ୍ଧ୍ରପ୍ରଦେଶର ଚାଷୀକୁଳ ଉପକୃତ ହେବା ସାଙ୍ଗକୁ ଅଞ୍ଚଳରେ ବିଦ୍ୟୁତ ଉତ୍ପନ୍ନ ହୋଇପାରିବ । ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଋଷିକୁଲ୍ୟା – ହରଭଙ୍ଗି – ବାଂଶଧାରା ନଦୀ ସଂଯୋଗୀ କରଣ ପାଇଁ ଘୋଷଣା କରିବା ପରେ ରାଜ୍ୟ ସରକାର ମଧ୍ଯ ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କରିବା ନିମନ୍ତେ ଗୁଡାରୀ ଠାରେ କାର୍ଯ୍ୟାଳୟ ନିର୍ମାଣ ସହ ଉଦଘାଟନ କରି ତିନି ତିନି ଥର ସର୍ଭେ କରାଯାଇ ସରକାର ତହବିଲ୍ ରୁ ପ୍ରାୟ ୪ ରୁ ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

୨୦୦୭ ମସିହାରୁ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି । କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମନମୁଖୀ କାମ ଓ ନିର୍ବାଚିତ ପ୍ରତିନିଧି ମାନଙ୍କ ଅଣଦେଖା ସହିତ ବିଭାଗୀୟ ଅଧିକାରୀଙ୍କ ଗାଲୁଆମି ଯୋଗୁଁ ପ୍ରକଳ୍ପ ଆଉ ଆଗେଇ ପାରିଲା ନାହିଁ । କେନ୍ଦ୍ର ଓ ରାଜ୍ଯ ସରକାର ପାଣି ଡଙ୍ଗର ପ୍ରକଳ୍ପ ନିର୍ମାଣ କାରିବା ପାଇଁ ଅତିଶୀଘ୍ର ଘୋଷଣା କରନ୍ତୁ ନଚେତ ସେପ୍ଟେମ୍ବର ମାସରେ ଗୁଣପୁର ବନ୍ଦ ପାଳନ କରିବାକୁ ବାଧ୍ୟ ହେବୁ ବୋଲି ସିପିଆଇ (ଏମ୍ ଏଲ) ଲିବରେସନର ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରୀପତି ଗମାଙ୍ଗ ଆଜିର ପ୍ରତିବାଦ ସଭାରେ ଚେତାବନୀ ଦେଇଛନ୍ତି । ଏହି ପ୍ରତିବାଦ ସଭାରେ ସଂଜୀବ ଶବର,ସିଦ୍ଧାର୍ଥ ଗମାଙ୍ଗ, ମୋନଜ ନିମାଲା, ମୋଜେସ ବିଡିକା,ମୋନଜ ନିମାଲା, ରାଜୁ ପାତିକା, ଜଗନ୍ନାଥ ଶବର,ଗିରିଧର ଶବର, ଓସମା ବିନ ଶବର ପ୍ରମୁଖ ଯୋଗଦେଇ ପ୍ରତିବାଦ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments