Homelocalଜିଆଇଇଟି ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ସାଇବର ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ

ଜିଆଇଇଟି ବିଶ୍ୱବିଦ୍ୟାଳୟରେ ଦୁଇ ଦିନିଆ ଜାତୀୟ ସାଇବର ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ

ଗୁଣୁପୁର, (୨୮/୮) : ଆପ୍ର : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ “ଇଣ୍ଟେଲିଜେଣ୍ଟ ସାଇବର ସିକ୍ୟୁରିଟି ସିଷ୍ଟମ୍ସ , ସାଇବର ଏଆଇ-୨୦୨୬” ଦୁଇଦିନିଆ ଜାତୀୟ ସମ୍ମିଳନୀ ଏମ୍‌ବିଏ ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି ।

ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଅଧୀନସ୍ଥ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ଏବଂ ନୂଆଦିଲ୍ଲୀସ୍ଥିତ ଅନୁସନ୍ଧାନ ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ୍‌, ଏଏନ୍‌ଆରଏଫ୍‌ର ମିଳିତ ସହଯୋଗରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦର ପ୍ରଫେସର ଡକ୍ଟର ସିବା କେ. ଉଦ୍‌ଗତା, ଆଇଜିଆଇଟି ସାରଙ୍ଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡକ୍ଟର ଶ୍ରୀନିବାସ ସେଠୀ ଏବଂ ମ୍ୟାକ୍‌ଲିଡ୍ ସାର୍ଟିଫିକେସନ୍ସ ପ୍ରାଇଭେଟ୍ ଲିମିଟେଡ୍‌ର ଶ୍ରୀ ଚନ୍ଦ୍ରଶେଖର ମାତେଟି ଯୋଗଦେଇ ଏଆଇ ଏବଂ ସାଇବର ସୁରକ୍ଷାର ମିଳନ ସ୍ଥଳରେ ଉଦ୍ଭବ ହେଉଥିବା ନୂଆ ପ୍ରଯୁକ୍ତି, ଆହ୍ୱାନ ଓ ଗବେଷଣା ବିଷୟରେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ପ୍ରିନ୍ସିପାଲ୍ ପ୍ରଫେସର ଡକ୍ଟର କେ. ମୂରଲୀ. ଗୋପାଳ ଏବଂ କମ୍ପ୍ୟୁଟେସନାଲ ସାଇନ୍ସେସ୍‌ର ପ୍ରୋ-ଭାଇସ୍ ଚାନ୍ସେଲର୍ ପ୍ରଫେସର ଡକ୍ଟର ବି. କେ. ତ୍ରିପାଠୀ ଉପସ୍ଥିତ ରହି ସାଇବର ସୁରକ୍ଷା କ୍ଷେତ୍ରରେ ଆସୁଥିବା ନୂଆ ଆହ୍ୱାନର ମୁକାବିଲା ପାଇଁ ବୈଷୟିକ ଜ୍ଞାନ, ଗବେଷଣା କ୍ଷମତା ଓ ପ୍ରାୟୋଗିକ ଦକ୍ଷତା ବୃଦ୍ଧିର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଇଣ୍ଟେଲିଜେଣ୍ଟ କମ୍ପ୍ୟୁଟିଂ, ମେସିନ୍ ଲର୍ଣ୍ଣିଂ, ନୂଆ ସାଇବର ଆକ୍ରମଣ, ଶିଳ୍ପ କ୍ଷେତ୍ରର ଆବଶ୍ୟକତା, ସୂଚନା ସୁରକ୍ଷା ଏବଂ ପ୍ରଭାବଶାଳୀ ସାଇବର ସୁରକ୍ଷା ପଦକ୍ଷେପ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଏହି ଅଧିବେଶନରେ ଗୁରୁତ୍ୱ ଦିଆଯାଉଛି ।

ସମ୍ମିଳନୀର ଦ୍ୱିତୀୟ ଦିନରେ ଚଣ୍ଡୀଗଡ଼ସ୍ଥିତ ସେଣ୍ଟ୍ରାଲ୍ ଡିଟେକ୍ଟିଭ୍ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ର ଶ୍ରୀ ଗୁରଚରଣ ସିଂହ ମୁଖ୍ୟ ବକ୍ତା ଭାବେ ଯୋଗଦେବେ । ଏହାପରେ ବିଭିନ୍ନ ଗବେଷଣା ପତ୍ର ଉପସ୍ଥାପନ କରାଯିବ । ଗବେଷଣା ପତ୍ରଗୁଡ଼ିକରେ ପୋଷ୍ଟ-କ୍ୱାଣ୍ଟମ୍ ଆଇଡେଣ୍ଟିଟି ଫେଡେରେସନ୍‌, ସିକ୍ୟୁରିଟି ଅପରେସନ୍ସ ସେଣ୍ଟର୍‌, ମାଲିସିୟସ୍ ଇନ୍‌ସାଇଡର୍ ଡିଟେକ୍ସନ୍‌, ଜେନେରେଟିଭ୍ ଏଆଇ ଆଧାରିତ ସାଇବର ସୁରକ୍ଷା ଡିଜିଟାଲ୍ ଟ୍ୱିନ୍ସ ଏବଂ ମଲ୍ଟି-କ୍ଲାଉଡ୍ ପରିବେଶରେ ସିକ୍ୟୁରିଟି-ଆୱେର୍ ୱର୍କଲୋଡ୍ ଅପ୍ଟିମାଇଜେସନ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ଥାନ ପାଇଛି । ସାଇବରଏଆଇ-୨୦୨୬ ମାଧ୍ୟମରେ ଜ୍ଞାନର ଆଦାନପ୍ରଦାନ, ଗବେଷଣା ସହଯୋଗ ଏବଂ ବୃତ୍ତିଗତ ଆଲୋଚନା ପାଇଁ ଏକ ଉତ୍ତମ ମଞ୍ଚ ସୃଷ୍ଟି ହୋଇଛି ।

କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡଃ ଶିବ ପ୍ରସାଦ ପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଡଃ. ଭବାନୀ ଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀକୁ ବିଶ୍ୱବିଦ୍ୟାଳୟର ଡ଼ଃ ଏସ ଏନ୍ ଦାସ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments