ଆନନ୍ଦପୁର, (୨୧/୦୮) : ଆପ୍ର : ଘାଟିରେ ଅଟୋକୁ ଧକ୍କାଦେଲା ଥାର । ଜଣେ ମୃତ ୧୦ ରୁ ଉର୍ଦ୍ଧ୍ବ ଆହତ ।
ରାଜ୍ୟ ରାଜପଥ ୫୩ ର ଆନନ୍ଦପୁର – କରଞ୍ଜିଆ ରାସ୍ତାର ଶାତକୋସିଆ ଘାଟି ଠାରେ ଘଟିଛି ଦୁର୍ଘଟଣା । ଆନନ୍ଦପୁର ଥାନା ସିକାବେଡା ଗାଁ’ର ପ୍ରାୟ ୩୦ ଜଣ ପୁରୁଷ ଓ ମହିଳା ଶ୍ରମିକ ଚାପୁଣ୍ଡିଆ ଗାଁରେ ଧାନତଳି ରୋଇବାକୁ ଯାଇଥଲେ । କାମ ସାରି ୨ ଟି ଅଟୋ ଯୋଗେ ଫେରୁଥିବା ସମୟରେ ଘାଟି ଠାରେ ସାମ୍ନାରୁ ଆସୁଥିବା ଏକ ଥାର୍ ଗାଡି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଅଟୋରେ ଯାତ୍ରା କରୁଥିବା ଲୁଡଗି କଙ୍କନ ନାମକ ଜଣେ ମହିଳା ଶ୍ରମିକଙ୍କ ମୃତ୍ଯୁ ଘଟିଛି ୧୦ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ମହୁଲଡିହା ପୋଲିସ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ ଆରମ୍ଭ କରିଛି ।

