ଆନନ୍ଦପୁର, (୦୪/୦୮) : ଆପ୍ର : ବଜ୍ରପାତରେ ଜଣେ ମୃତ । ୨ ଗୁରୁତର । ଲଗାଣ ବର୍ଷାସହ ବଜ୍ରପାତ ଯୋଗୁଁ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ଖାଲଣା ଗ୍ରାମରେ ଅଘଯଣ ହୋଇଯାଇଛି ।
ଚାଷଜମିରେ କାମ କରୁଥିବା ବେଳେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଆହତ ହୋଇଛନ୍ତି । ଖଲଣା ଗ୍ରାମର ରମାକାନ୍ତ ବେହେରା ନାମକ ବ୍ୟକ୍ତି ଧାନ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଖଲଣା ଗ୍ରାମର ଭଗବାନ ରାଉତ ମଧ୍ୟ କାମ କରୁଥିବା ବେଳେ ବଜ୍ରାଘାତରେ ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ସାଇଁକୁଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ବାମ୍ଫିଡି ଗ୍ରାମର ଅଙ୍କିତା ପାତ୍ର ମଧ୍ୟ ବଜ୍ରାଘାତରେ ଆହତ ହୋଇ ସାଇଁକୁଳ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି ।

