Homelocalଖୁସି ଖବର, ଖୁବ ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

ଖୁସି ଖବର, ଖୁବ ଶୀଘ୍ର ନନ୍ଦନକାନନରେ ପହଞ୍ଚିବେ ଅଷ୍ଟ୍ରେଲିଆର ରେଡ୍ କଙ୍ଗାରୁ

ଭୁବନେଶ୍ୱର, (୨୧/୦୮) : ଆପ୍ର : ନନ୍ଦନକାନନରୁ ଖୁସି ଖବର । ଆସୁଛନ୍ତି ନୂଆ ବିଦେଶୀ ଅତିଥି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମହାଦେଶରୁ ଅନେକ ବିରଳ ତଥା ବିଦେଶୀ ପ୍ରଜାତିର ବନ୍ୟଜନ୍ତୁ ନନ୍ଦନକାନନ ଆଣିବା ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି ।

ଏହି ବିଦେଶୀ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ ଆକର୍ଷଣକୁ ବହୁଗୁଣିତ କରିବ। ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ତଥା ପରିଚିତ ମାର୍ସୁପିଆଲ୍ ରେଡ୍ କଙ୍ଗାରୁ ଖୁବଶିଘ୍ର ନନ୍ଦନକାନନରେ ପହଞ୍ଚିବେ । ଏମାନଙ୍କ ରହଣି ପାଇଁ ‘ଅଷ୍ଟ୍ରେଲିଆନ୍ ଆଡଭେଞ୍ଚର’ ନାମକ ଏକ ସ୍ୱତନ୍ତ୍ର ଖୁଆଡ଼ ପ୍ରସ୍ତୁତ କରାଯାଇଛି । ନିଜର ଶକ୍ତିଶାଳୀ ଡିଆଁ ଏବଂ ସ୍ୱତନ୍ତ୍ର ଥଳି ପାଇଁ ଜଣାଶୁଣା ଏହି କଙ୍ଗାରୁ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବେ । ତେବେ ଦୁଇହଳ ରେଡ କଙ୍ଗାରୁ ନନ୍ଦନକାନନ ଆସିବେ। ଭାରତରେ ୧୯୫୨ ମସିହାରେ ଲୁପ୍ତ ହୋଇଯାଇଥିବା ଚିତାକୁ ୨୦୨୨ ମସିହାରେ ପ୍ରୋଜେକ୍ଟ ଚିତା ମାଧ୍ୟମରେ ଦକ୍ଷିଣ ଆଫ୍ରିକାର ନାମିବିଆରୁ ଭାରତ ଅଣାଯାଇଥିଲା ।

ବର୍ତ୍ତମାନ ନନ୍ଦନକାନନକୁ ଚିତା ପ୍ରଥମ ଥର ଆସିବାକୁ ଯାଉଛି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି । ଦୁଇହଳ ଚିତା ନନ୍ଦନକାନନ ଆସିବେ । ଏଥିପାଇଁ ଖୁଆଡ଼ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ଏହା ସହିତ ଆଫ୍ରିକାର ପ୍ରସିଦ୍ଧ ବ୍ଲୁ ୱାଇଲ୍ଡବିଷ୍ଟ୍ ମଧ୍ୟ ନନ୍ଦନକାନନ ଆସିବାକୁ ଯାଉଛି। ଦୁଇ ହଳ ୱାଇଲ୍ଡବିଷ୍ଟ୍ ନନ୍ଦନକାନନ ଆସିବାର ଯୋଜନା ରହିଛି । ସେହିପରି ଦୁଇହଳ ଆଫ୍ରିକୀୟ ଜେବ୍ରା ମଧ୍ୟ ଆସିବାକୁ ଯାଉଛି ।

ଏହି ନୂତନ ପ୍ରଜାତିର ଆଗମନ ଓଡ଼ିଶାକୁ ଆଫ୍ରିକୀୟ ବନ୍ୟଜନ୍ତୁଙ୍କ ଏକ ନିଆରା ଅନୁଭୂତି ଆଣିଦେବ । ଖୁବ ଶୀଘ୍ର ନନ୍ଦନକାନନକୁ ଆସିବ ବିରଳ ଓ ଅତି ସୁନ୍ଦର ଲାଲ୍ ପାଣ୍ଡା । ଏହା ନନ୍ଦନକାନନ ପାଇଁ ଏକ ନୂଆ ପ୍ରଜାତି । ଏହାକୁ ଆଣିବା ପାଇଁ କର୍ତ୍ତୃପକ୍ଷ ଏବେଠୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି । ପୂର୍ବ ହିମାଳୟର ଘଞ୍ଚ ଜଙ୍ଗଲର ସବୁଠୁ ଆକର୍ଷଣୀୟ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ଲାଲ ପାଣ୍ଡା । ଏହି ବିରଳ ପ୍ରାଣୀକୁ ଦେଖିବା ପାଇଁ ଲୋକେ ସିକିମ, ଦାର୍ଜିଲିଂ ଯିବାକୁ ପଡୁଥିଲା । ହେଲେ ଏଣିକି ଆଉ ଦୂରକୁ ଯିବାକୁ ପଡିବନି । ନନ୍ଦନକାନନରେ ହିଁ ଦେଖିବାକୁ ମିଳିବ ଏହି କୌତୁହଳ ଲାଲ ପାଣ୍ଡା। ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି । ସିଜେଡଏ ଅନୁମୋଦନ ମିଳିଲେ ନନ୍ଦନକାନନ ଆସିବେ ଏହି ଲାଲ୍ ପାଣ୍ଡା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments